ଲଗାତାର ବିପର୍ୟ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଭଲ ପ୍ରଦର୍ଶନ କରିଛି:ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଓଡ଼ିଶାର ବିପର୍ୟ୍ୟୟ ପରିଚାଳନାକୁ ଖୁବ୍ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟାଠୁ ବନ୍ୟା ଭଳି ବିପର୍ୟ୍ୟୟ ସମୟରେ ଓଡ଼ିଶାର ପରିଚାଳନା ଖୁବ ଭଲ । ଏଥିପାଇଁ ଓଡିଶାକୁ ବିପର୍ୟ୍ୟୟ ପରିଚାଳନା ପୁରସ୍କାର ମିଳିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଲଗାତାର ବିପର୍ୟ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଭଲ ପ୍ରଦର୍ଶନ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।
ସୁଭାଷ ଚନ୍ଦ୍ର ବୋଷ ବିପର୍ୟ୍ୟୟ ପରିଚାଳନା ପୁରସ୍କାର ୨୦୨୩ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । ନୂଆଦିଲ୍ଲୀ ବିଜ୍ଞାନ ଭବନରେ ତୃତୀୟ ବିପର୍ୟ୍ୟୟ ବିପଦ ହ୍ରାସ ମଞ୍ଚ କାର୍ୟ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀରେ କେନ୍ଦ୍ର ସରକାର ଓଡିଶା ରାଜ୍ୟ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓସଡମାକୁ ଏହି ସମ୍ମାନ ପ୍ରଦାନ ପାଇଁ ଘୋଷଣା କରିଥିଲେ ।
ପୁରସ୍କାର ବାବଦରେ ୫୧ ଲକ୍ଷ ଟଙ୍କା ର ଆର୍ଥିକ ଅର୍ଥ ରାଶି ସହିତ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ୧୯୯୯ ମସିହା ବାତ୍ୟାରେ ଅନେକ ଧନ ଜୀବନ ନଷ୍ଟ ହୋଇଥିଲା । ଏହା ଅନେକ କିଛି ଶିକ୍ଷା ଦେଇଛି । ଏହାପରେ ଆହୁରି ୭ ଟି ବାତ୍ୟା କୁ ସମ୍ମୁଖୀନ କରିଛି ଓଡ଼ିଶା । କିନ୍ତୁ କୌଣସି ଧନ ଜୀବନ ନଷ୍ଟ ହୋଇନାହିଁ ।
Powered by Froala Editor