ସୋସିଆଲ୍ ମିଡିଆରେ ନିଆଁ ଲଗାଇଛି ବାଣୀ କପୁରଙ୍କ ହଟ୍ ଲୁକ୍
ମୁମ୍ବାଇ: ପୁଣି ଚର୍ଚ୍ଚାରେ ବାଣୀ କପୁର । ଏଥର କିଛି ଭିନ୍ନ ଅନ୍ଦାଜ୍ରେ । ହଟ୍ ଲୁକ୍ର ଫଟୋ ଏବେ ସୋସିଆଲ୍ ମିଡିଆରେ ନିଆଁ ଲଗାଇଛି । ଅନେକ ଫ୍ୟାନ୍ ଏହାକୁ ପସନ୍ଦ କରୁଥିବା ବେଳେ ଫଲୋର୍ସ ମଧ୍ୟ ବଢ଼ି ଚାଲିଛନ୍ତି । ବହୁତ ସୁନ୍ଦର କମେଣ୍ଟ ମଧ୍ୟ ମିଳୁଛି । କିଏ ତାଙ୍କୁ ପରୀ ବୋଲି ସମ୍ବୋଧନ କରୁଛି ତ ଆଉ କିଏ ଦିଲ୍ ରାନୀ ବୋଲି କହୁଛି ।
ନିକଟରେ ବାଣୀ କପୁର ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ଅପଲୋଡ୍ କରିଥିଲେ । ଯେଉଁଥିରେ ସେ ଏକ ଧଳ ରଙ୍ଗର ଲୋ-ହାଇ ଡିପନେକ୍ ଡ୍ରେସ୍ ପିନ୍ଧିଥିଲେ । କ୍ୟାପସନ୍ରେ ଏହା ପ୍ୟାରିସ୍ ବୋଲି ଦର୍ଶାଇଥିଲେ । ଏହି ଫଟୋ ପୋଷ୍ଟ କରିବାର ଖୁବ୍ କମ୍ ସମୟରେ ଭାଇରାଲ୍ ହୋଇଥିଲା । ଫ୍ୟାନ୍ସମାନେ ତାଙ୍କ ପାଇଁ ଏକ ପ୍ରକାର ପାଗଳ ହୋଇଛନ୍ତି ।
ବାଣୀ କପୁରଙ୍କ ଏହି ଫଟୋରେ ୟୁଜର୍ସ ଅନେକ କମେଣ୍ଟ ଦେଇଛନ୍ତି । ଜଣେ ଲେଖିଛନ୍ତି ବହୁତ ସୁନ୍ଦର ଲାଗୁଛନ୍ତି । କିଛି ଜଣ ଲଭ୍ ସେଫ୍ର ଇମୋଜି ଦେଇଛନ୍ତି ।
ବାଣୀ କପୁର ଲୁକ୍ ଯେମିତି, ଆକ୍ଟିଂ ବି ସେମିତି । ସବୁଥିରେ ସେ ପରଙ୍ଗମ । ସେଥିପାଇଁ ଦର୍ଶକଙ୍କ ମନରେ ତାଙ୍କ ସ୍ଥାନ ସ୍ୱତନ୍ତ୍ର । ୨୦୧୩ରେ ସୁଧ ଦେଶୀ ରୋମାନ୍ସରୁ ନିଜର ବଲିଉଡ୍ ଯାତ୍ରା ଆରମ୍ଭ କରିଥିଲେ ବାଣୀ କପୁର । ଏହି ଫିଲ୍ମ ପାଇଁ ତାଙ୍କୁ ବେଷ୍ଟ ଡେବ୍ୟୁ ହିରୋଇନ ଭାବେ ପିଲ୍ମ ପେୟାର ପକ୍ଷରୁ ସୁରସ୍କାର ଦିଆଯାଇଥିଲା ।
ଏହାପରେ ହ୍ରିତିକ ରୋଶନଙ୍କ ସହିତ ୱାର ଫିଲ୍ମରେ ନଜର ଆସିଥିଲେ । ଯାହା ତାଙ୍କ କ୍ୟାରିୟର ଟର୍ଣ୍ଣିଂ ପଏଂଟ ସାଜିଥିଲା । ୨୦୨୨ରେ ଆସିଥିବା ରଣବୀର କପୁର ଷ୍ଟାରର ସମ୍ସେରା ମଧ୍ୟ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ବାଣୀ କପୁର ଅଧିକ ଫିଲ୍ମ କରିନଥିଲେ ମଧ୍ୟ ଯେତିକି କରିଛନ୍ତି ପ୍ରାୟ ସବୁ ହିଟ୍ ହୋଇଛି । ଆଗାମୀ ଦିନରେ ଆହୁରି ଭଲ ଚଳଚ୍ଚିତ୍ର ଭେଟି ଦେବେ ବୋଲି ଏକ ସାକ୍ଷାତକାରରେ ବାଣୀ କହିଥିଲେ । ଏବେ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ସେ କେଉଁ ରୂପରେ ପରଦାକୁ ଆସୁଛନ୍ତି, ଆଉ କେମିତି ଦର୍ଶକଙ୍କ ମନ ଜିଣୁଛନ୍ତି ।
Powered by Froala Editor