ସୁସ୍ଥ ହୋଇ ଫେରିଲେ ସୁସ୍ମିତା ସେନ୍, ଜଣାଇଲେ ହୋଲି ଶୁଭେଚ୍ଛା
ମୁମ୍ବାଇ: ସୁସ୍ଥ ହୋଇ ଫେରିଛନ୍ତି ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍ । ଆଜି ସେ ଇନ୍ଷ୍ଟାଗ୍ରାମ୍ରେ ଏନେଇ ସୂଚନା ଦେଇଛନ୍ତି । ଏଥିସହ ସମସ୍ତଙ୍କୁ ହୋଲି ଶୁଭେଚ୍ଛା ଜଣାଇଛନ୍ତି । ସୁସ୍ମିତାଙ୍କ ଏହି ପୋଷ୍ଟକୁ ଅନେକ ଫ୍ୟାନ୍ କମେଣ୍ଟ କରିବା ସହିତ ଭଲ ଭଲ ଟିପ୍ସ ଦେଇଛନ୍ତି । କିଛି ଜଣ ହୋଲିର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।
ଜଣେ ଫ୍ୟାନ୍ ଲେଖିଛନ୍ତି, ମ୍ୟାମ୍ ଆପଣଙ୍କୁ ଦେଖିଲା ପରେ ବହୁତ ଖୁସି ଲାଗିଲା । ଭଗବାନ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ । ଅନ୍ୟ ଜଣେ ଲେଖିଛନ୍ତି, ଆମେ ଆପଣଙ୍କୁ ଅପେକ୍ଷା କରିଥିଲୁ । ବାସ୍ତବରେ ଆଜି ସୁସ୍ଥ ଜାଣିବା ପରେ ବହୁତ ଆନନ୍ଦ ଲାଗୁଛି । ଆଉ ଜଣେ ୟୁଜର୍ ଲେଖିଛନ୍ତି, ଆପଣ ସମସ୍ତଙ୍କ ପ୍ରେରଣା । ଏବେ ଶୀଘ୍ର ଭଲ ହୋଇ ଫେରି ଆସିଥିବାରୁ ବହୁତ ଭଲ ଲାଗୁଛି । ଏବେ ନିଜ ଶରୀରର ଉପଯୁକ୍ତ ଯତ୍ନ ନିଅନ୍ତୁ ।
ନିକଟରେ ସୁସ୍ମିତା ସେନ୍ ହୃଦଘାତରେ ପୀଡିତ ହୋଇଥିଲେ । ଯାହାର ସୂଚନା ସେ ସୋସିଆଲ ମିଡିଆରେ ଦେଇଥିଲେ । ତାଙ୍କ ହୃଦୟରେ ୯୫ ପ୍ରତିଶତ ବ୍ଲକେଜ୍ ଥିଲା । ଯେଉଁଥିପାଇଁ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିଲା । ଏହି ଖବର ସାମ୍ନାକୁ ଆସିବା ପରେ ଫ୍ୟାନ୍ସ ସମେତ ଇଣ୍ଡଷ୍ଟ୍ରିର ଲୋକମାନେ ଚିନ୍ତିତ ହୋଇଯାଇଥିଲେ ।
ଚିକିତ୍ସା ପରେ ଏବେ ଅଭିନେତ୍ରୀ ପୁଣି କାମ କରିବା ଆରମ୍ଭ କରିଛନ୍ତି । ସୋସିଆଲ୍ ମିଡିଆରେ ଏକ ଫଟୋ ସେୟାର କରିଥିବା ଦେଖିବାକୁ ମିଳିଛି । ଯେଉଁଥିରେ ସେ ଷ୍ଟ୍ରେଚିଂ କରୁଛନ୍ତି । ସେ ଲେଖିଛନ୍ତି, ହୃଦରୋଗ ବିଶେଷଜ୍ଞଙ୍କ ଅନୁମତି ପରେ ସେ ପୁଣି ୱାର୍କଆଉଟ୍ ଆରମ୍ଭ କରିଛନ୍ତି ।
Powered by Froala Editor