ତୋଷଖାନା ମାମଲାରେ ଗିରଫ ହୋଇପାରନ୍ତି ଇମ୍ରାନ୍
ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିପାରେ ପୋଲିସ । ତୋଷଖାନା ମାମଲାରେ ଗତ ଫେବ୍ରୁଆରୀ ୨୮ ତାରିଖରେ ଇମ୍ରାନଙ୍କ କୋର୍ଟରେ ହାଜର ହୋଇନଥିବାରୁ ତାଙ୍କୁ ଗିରଫ କରିବାକୁ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ ଲାହୋର ସେସନ୍ସ କୋର୍ଟ। ତେଣୁ ଇମ୍ରାନଙ୍କୁ ଆଜି ଗିରଫ ପାଇଁ ତାଙ୍କ ଲହୋର ସ୍ଥିତ ଘରେ ପହଞ୍ଚିଥିଲା ଇସଲାମାବାଦ ପୁଲିସ।
ସେପଟେ ପୂର୍ବରୁ ଏ ସମ୍ପର୍କରେ ସୂଚନା ପାଇ ତାଙ୍କ ଘର ଆଗରେ ବହୁ ସଂଖ୍ୟାରେ ଅନୁଗତ ତଥା ପିଟିଆଇର ବହୁ କର୍ମୀ ଏକାଠି ହୋଇଥିଲେ। ଗିରଫ ଓ୍ବାରେଣ୍ଟ ସହ ପୋଲିସ ଇମ୍ରାନଙ୍କ ବାସଭବନରେ ପହଞ୍ଚିଥିବା ବେଳେ ପୋଲିସ ଓ ଇମ୍ରାନ ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି ।
ତୋଷଖାନା ମାମଲାର ଗତ ଫେବୃଆରୀ ୨୮ ତାରିଖରେ ଇମ୍ରାନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରିଥିଲେ କୋର୍ଟ । ଇସଲାମାବାଦର ଅତିରିକ୍ତ ଦୌରାଜଜ୍ ଜାଫର ଇକବାଲ ଏହି ରାୟ ଦେଇଥିଲେ ।
Powered by Froala Editor