୨୦୨୪ଶେଷ ସୁଦ୍ଧା ସାରା ଦେଶରେ ବିଶ୍ବସ୍ତରୀୟ ରାଜପଥ ନିର୍ମାଣ ହେବ:ନୀତିନ ଗଡ଼କରୀ

ଭୁବନେଶ୍ୱର: ୨୦୨୪ଶେଷ ସୁଦ୍ଧା ସାରା ଦେଶରେ ବିଶ୍ବସ୍ତରୀୟ ରାଜପଥ ନିର୍ମାଣ ହେବ। ସେହିପରି ଓଡ଼ିଶାରେ ମଧ୍ୟ ଆମେରିକା ଭଳି ସଡ଼କ ନିର୍ମାଣ ହେବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ।ଜାତୀୟ ରାଜପଥ ପ୍ରକଳ୍ପ ଅଧିନସ୍ଥ ସବୁ ରାସ୍ତା ଆମେରିକାର ସଡ଼କ ଭଳି ହେବ। ଓଟିଭି ଫୋରସାଇଟ୍-୨୦୨୩ରେ ଆଭାସୀ ମାଧ୍ୟମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଗଡ଼କରୀ ଏହା କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି, ଓଡ଼ିଶାରେ ଜାତୀୟ ରାଜପଥରେ ଅନେକ ପ୍ରକଳ୍ପ କାର୍ୟ୍ୟ ଚାଲିଛି। ସେ କଥା ଦେଇ କହିଛନ୍ତି ଯେ, ଜାତୀୟ ରାଜପଥ ଭିତ୍ତିଭୂମି ଆମେରିକା ସଡ଼କ ଭଳି ହେବ। ଉଚ୍ଚ ମାନର ରାସ୍ତା ଓଡ଼ିଶାର ବିକାଶ ଓ ଉନ୍ନତିକୁ ନୂତନ ଶିଖରକୁ ନେବ ବୋଲି ସେ କହିଛନ୍ତି।
Powered by Froala Editor