ମାସ ମାସ ଧରି ଛାଡୁନି ଥଣ୍ଡା, ଜ୍ୱର, କାଶ : ଆଡଭାଇଜରୀ ଜାରି କଲା ଆଇସିଏମଆର

୨ ମାସ ହେଲ ଭାରତର ଅନେକ ଅଞ୍ଚଳରେ ଜ୍ୱର, କାଶ ଓ ଥଣ୍ଡା ମାମଲା ଦ୍ରୁତ ବଢିବାରେ ଲାଗିଛି। ୨ ବର୍ଷ ପର୍ଯ୍ୟନ୍ତ କୋଭିଡ-୧୯ ମହାମାରୀ ବିରୋଧରେ ଲଢିବା ପରେ ଏପରି ମାମଲା ବୃଦ୍ଧି ସାଧାରଣ ଜନତାଙ୍କ ମଧ୍ୟରେ ଏକ ଭୟ ସୃଷ୍ଟି କରିଛି। ଏହି ଭୂତାଣୁର ସବୁଠୁ ଅଧିକ ପ୍ରଭାବ ଛୋଟ ପିଲାଙ୍କ ଉପରେ ପଡୁଛି। ଏହା ସହିତ ୬୦ ବର୍ଷ ବୟସରୁ ଅଧିକ ବୟସ୍କ, ଡାୟବେଟିଜ, ଆଜମା ଓ ହୃଦ ରୋଗର ଶିକାର ଲୋକଙ୍କ ଉପରେ ପଡୁଛି।
ଏସବୁ ଭିତରେ କେନ୍ଦ୍ର ସରକାର ସତର୍କ ସୂଚନା ବା ଆଡଭାଇଜରୀ ଜାରି କରିଛନ୍ତି। ଆଇସିଏମଆର କହିଛି ଯେ ସମଗ୍ର ଦେଶରେ ଏବେ ଜ୍ୱର ଓ ଫ୍ଲୁ ମାମଲାର ବଢ଼ିବାରେ ଲାଗିଛି। ଇନଫ୍ଲୁଏଞ୍ଜା ଏ ସବଟାଇପ ଏଚ୩ଏନ୨ ଭାଇରସ ଯୋଗୁ ଏପରି ଘଟଣା ସାମ୍ନାକୁ ଆସୁଛି।
ଅନ୍ୟ ସବ ଟାଇପ ଅପେକ୍ଷା ଏଚ୩ଏନ୨ ଭାଇରସ ଯୋଗୁ ହସ୍ପିଟାଲରେ ଭର୍ତ୍ତି ହେବାର ଆଶଙ୍କା ରହିଛି। ବିଶେଷଜ୍ଞଙ୍କ ମତରେ ବିଗତ ୨ରୁ ୩ ମାସ ହେଲାଣି ଏଚ୩ଏନ୨ ଭାଇରସ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏଥିପାଇଁ ଲୋକମାନଙ୍କ ଶରୀରରେ ଗୋଟିଏ ସପ୍ତାହରୁ ଅଧିକ ଦିନ ରହୁଛି। ଏହି ରୋଗର ଲକ୍ଷଣ ହେଲା, କାଶ, ଥଣ୍ଡା ଓ ଜ୍ୱର। କିଛି ଲୋକ ମଧ୍ୟ ଏଥିଯୋଗୁ ଅନ୍ୟ ରୋଗରେ ପଡ଼ୁଛନ୍ତି।
ସଂକ୍ରମର ବଢ଼ୁଥିବାରୁ ଆଇସିଏମଆର କ’ଣ କରିବା ଦରକାର ଓ କ’ଣ ନୁହେଁ, ସେ ବିଷୟରେ ସମସ୍ତଙ୍କୁ ଅବଗତ କରାଇଛି।
ଲକ୍ଷଣ ଥିଲେ ହାତକୁ ଭଲ ଭାବେ ସାବୁନ ଓ ପାଣି ଦ୍ୱାରା ଭଲ ଭାବେ ଧୁଅନ୍ତ। ମାସ୍କ ପିନ୍ଧନ୍ତୁ ଓ ଗହଳୀ ସ୍ଥାନକୁ ଯାଆନ୍ତୁ ନାହିଁ। କାଶ ଓ ଛିଙ୍କ ବେଳେ ମୁହଁକୁ ଘୋଡ଼ାଇ ରଖନ୍ତୁ। ପ୍ରଚୁର ପରିମାଣ ପାଣି ଓ ଜୁସ ପିଅନ୍ତୁ। ଆଖି ଓ ନାକକୁ ବାରମ୍ବାର ଛୁଅନ୍ତୁ ନାହିଁ। ଜ୍ୱର ଓ ଘୋଳାବିନ୍ଧା ପାଇଁ ପାରାସିଟାମଲ ଖାଆନ୍ତୁ। ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ପ୍ରକାରର ଆଣ୍ଟିବାୟୋଟିକ ଖାଆନ୍ତୁ ନାହିଁ। ସର୍ବସାଧାରଣରେ ଛେପ ପକାନ୍ତୁ ନାହିଁ କିମ୍ବା କାହା ସହ ହାତ ମିଳାନ୍ତୁ ନାହିଁ ବୋଲି ସତର୍କ କରାଯାଇଛି ।
Powered by Froala Editor