୭୪ ଟଙ୍କାର ସେୟାର କିଣି କୋଟି କୋଟି ମୁନାଫା ପାଇଲେ ଅମିତାଭ ବଚ୍ଚନ
![୭୪ ଟଙ୍କାର ସେୟାର କିଣି କୋଟି କୋଟି ମୁନାଫା ପାଇଲେ ଅମିତାଭ ବଚ୍ଚନ](https://odishanewslens.com/news_gallery/19964_1677961573.jpeg)
ଅମିତାଭ ବଚ୍ଚନ ଏକ ଛୋଟ କମ୍ପାନୀର ୭୪ ଟଙ୍କାର ସେୟାରରେ କୋଟି କୋଟି ଟଙ୍କା ପାଇଛନ୍ତି । ୨୦୧୭ ମସିହାରେ ୱାୟାରିଙ୍ଗ୍ କମ୍ପାନୀ ଡିପି ୱାୟର୍ସର ଆଇପିଓ ଆସିଥିଲେ। ଅମିତାଭ ବଚ୍ଚନ ଏହି ଆଇପିଓରେ ବେଟ୍ ଲଗେଇ ଥିଲେ। ଏହି ଛୋଟ କମ୍ପାନୀର ସେୟାର ଗତ ୫ ବର୍ଷରେ ୫ଗୁଣା ରିଟର୍ଣ୍ଣ ଦେଇଛି।
ଡାଟା ମୁତାବିକ, ଅମିତାଭ ବଚ୍ଚନଙ୍କ ପାଖରେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ)ରେ ଲିଷ୍ଟେଡ୍ ଡିପି ୱାୟର୍ସର ୩,୩୨,୮୦୦ସେୟାର ବା ୨.୪୫ ପ୍ରତିଶତ ଅଂଶୀଦାର ଅଛନ୍ତି। ଏହି କମ୍ପାନୀର ଆଇପିଓ ଆସିବା ପରେ ବିଗ୍ ବି ଏହାର ସେୟାରରେ ଇନଭେଷ୍ଟମେଣ୍ଟ କରି ଥିଲେ। ବିଗ୍ ବିଙ୍କ ପାଖରେ କମ୍ପାନୀର ସେୟାର ସେପ୍ଟେମ୍ୱର ୨୦୧୮ ମସିହାରୁ ହିଁ ଅଛି। ଡିପି ୱାୟର୍ସର ସେୟାର ପ୍ରାଇସ୍ ରେ ୪.୮୭ ଗୁଣାର ବୃଦ୍ଧି ଆସିଛି । କମ୍ପାନୀର ସେୟାର ୩ ସେପ୍ଟେମ୍ୱର ୨୦୧୮ରେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜରେ ୭୪ ଟଙ୍କାର ଲେବରରେ ଥିଲା । ଏବେ ଏହି କମ୍ପାନୀ ବଡ଼ ମୁନାଫା ଦେଇଛି । ଏଥିରେ ବଚ୍ଚନ ସାର ବଡ ଖୁସି ଅଛନ୍ତି ।
Powered by Froala Editor