ଆଜିଠାରୁ ମହିଳା ପ୍ରିମିୟର ଲିଗ୍ , ଗୁଜରାଟ-ମୁମ୍ବଇ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ
ଆଜିଠାରୁ ଆରମ୍ଭ ହେଉଛି ମହିଳା ଆଇପିଏଲ(ଡବ୍ଲ୍ୟୁପିଏଲ) କରୁଛି। ଏଥିରେ ୫ଟି ଦଳ ମୁମ୍ବଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ଗୁଜରାଟ ଜ୍ୟାଣ୍ଟ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ୟୁପି ୱାରିୟର୍ଜ ଦଳ ଅଂଶଗ୍ରହଣ କରୁଛନ୍ତି। ୨୩ ଦିନ ଧରି ଚାଲିବାକୁଥିବା ଏହି ପ୍ରତିଯୋଗିତାରେ ମୋଟ ୨୨ଟି ମ୍ୟାଚ ଖେଳାଯିବ। ମ୍ୟାଚ ଡି ୱାଇ ପାଟିଲ ଓ ବାର୍ବୋର୍ଣ୍ଣ ଷ୍ଟାଡ଼ିୟମରେ ଖେଳାଯିବ। ଟେବୁଲର ଶୀର୍ଷ ସ୍ଥାନ ହାସଲ କରିଥିବା ଦଳ ସିଧାସଳଖ ଫାଇନାଲରେ ପହଞ୍ଚିବାବେଳେଦ୍ବିତୀୟ ଓ ୩ ୟ ସ୍ଥାନ ଦଳ ଏଲିମିନେଟର ଖେଳିବେ। ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ମୋଟ ୨୦ଟି ଲିଗ୍ ମ୍ୟାଚ ଖେଳାଯିବ। ୨୪ରେ ଏଲିମିନେଟର ଓ ୨୬ରେ ବାର୍ବୋର୍ଣ୍ଣ ଷ୍ଟାଡ଼ିୟମରେ ଫାଇନାଲ ମ୍ୟାଚ ଖେଳାଯିବ। ପ୍ରତ୍ୟେକ ମ୍ୟାଚ୍ ରାତି ୭.୩୦ରେ ଖେଳାଯିବାକୁ ଥିଲା ବେଳେ ଯେଉଁଦିନ ଦୁଇଟି ମ୍ୟାଚ୍ ଥିବ ପ୍ରଥମ ମ୍ୟାଚ୍ ଅପରାହ୍ଣ ୩.୩୦ରେ ଆରମ୍ଭ ହେବ । ଉଦ୍ଘାଟନୀ ମୁକାବିଲାରେ ଗୁଜରାଟ ଜାଏଣ୍ଟସ୍ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସକୁ ।
୫ଟି ଦଳ ଲାଗି ଖେଳାଳି ନିଲାମ ମୁମ୍ବଇରେ ଗତ ଫେବୃଆରୀ ୧୩ରେ ଆୟୋଜିତ ହୋଇଥିଲା। ସ୍ମୃତି ମାନ୍ଧନାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସର୍ବାଧିକ ୩ କୋଟି ୪୦ ଲକ୍ଷ ଟଙ୍କାରେ କ୍ରୟ କରିଥିବାବେଳେ ହରମନପ୍ରୀତ କୌରଙ୍କୁ ମୁମ୍ବଇ ଇଣ୍ଡିଆନ୍ସ ୧ କୋଟି ୮୦ ଲକ୍ଷ, ଆସ୍ଲେ ଗାର୍ଡନରଙ୍କୁ ଗୁଜରାଟ ଜ୍ୟାଣ୍ଟ୍ସ ୩ କୋଟି ୨୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଛି। ପ୍ରତିଯୋଗିତାରେ ତାରକା ଖେଳାଳି ଭାବେ ଭାରତର ହରମନପ୍ରୀତ କୌର, ଶେଫାଳି ବର୍ମା, ସ୍ମୃତି ମାନ୍ଧାନା, ଦୀପ୍ତି ଶର୍ମା, ଜେମିମା ରୋଡିଗ୍ବେଜ,ରିଚା ଘୋଷ,ନ୍ୟୁଜିଲାଣ୍ଡର ଶୋଫି ଡିଭାଇନ, ଆମେଲି କେର୍, ଅଷ୍ଟ୍ରେଲିଆର ଆସ୍ଲେ ଗାର୍ଡନର,ଏଲିସ ପେରି, ତାହିଲା ମ୍ୟାଗ୍ରାଥ୍, ଆଲିସା ହିଲି, ବେଥ୍ ମୁନି,ମେଗ୍ ଲାନିଙ୍ଗ, ଆନାବେଲ ସଦରଲାଣ୍ଡ, ଇଂଲଣ୍ଡର ନାଟ୍ ସ୍କିଭର ବ୍ରଣ୍ଟ, ଶୋଫିଆ ଡଙ୍କ୍ଲି, ଦକ୍ଷିଣ ଆଫ୍ରିକାର ସବନିମ୍ ଇସ୍ମାଇଲ, ମାରିଜାନେ କାପ୍, ୱେଷ୍ଟଇଣ୍ଡିଜ୍ର ଡେଣ୍ଡ୍ରା ଡଟିନ୍ ଭଳି ଖେଳାଳି ରହିଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇର ସଭାପତି ଥିବାବେଳେ ୨୦୨୨ରେ ମହିଳା ଆଇପିଏଲ ଆୟୋଜନ ନେଇ ନିଷ୍ପତ୍ତି ନେଇଥିଲେ।
ଆଜିର ଉଦ୍ଘାଟନୀ ମୁକାବିଲାରେ ଗୁଜରାଟ ଜାଏଣ୍ଟସ୍ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସକୁ। ଟ୍ବେଣ୍ଟି-୨୦ ମହିଳା ବିଶ୍ବକପ୍ ବିଜେତା ଅଷ୍ଟ୍ରେଲିଆ ବ୍ୟାଟର ବେଥ ମୁନି ଗୁଜରାଟର ନେତୃତ୍ବ ନେଉଛନ୍ତି। ଭାରତର ତାରକା ଖେଳାଳି ହର୍ଲିନ ଦେଓଲ ଓ ସ୍ନେହା ରଣା ଏହି ଦଳରେ ରହିଛନ୍ତି। ଏମାନଙ୍କ ସହ ଦଳରେ ମହିଳା ବିଶ୍ବକପ୍ ବିଜେତା ଦଳର ଆସ୍ଲେ ଗାର୍ଡନର, ଜର୍ଜିଆ ୱାରେହାମ, ୱେଷ୍ଟ୍ଇଣ୍ଡିଜ୍ର ଦେନ୍ଦ୍ରା ଡଟିନ, ଇଂଲଣ୍ଡର ସୋଫିଆ ଡଙ୍କ୍ଲେଙ୍କ ଭଲି ତାରକା ଖେଳାଳି ରହିଛନ୍ତି। ପୂର୍ବତନ ଭାରତୀୟ ଅଧିନାୟିକା ମିତାଲି ରାଜ ଏହି ଦଳର ମାର୍ଗଦର୍ଶକ ଓ ପରାମର୍ଶଦାତା ଅଛନ୍ତି। ସେହିଭଳି ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ବ ଭାରତୀୟ ଅଧିନାୟିକା ହର୍ମନପ୍ରୀତ କୌରଙ୍କୁ ମିଳିଛି। ଭାରତର ୟାସ୍ତିକା ଭାଟିଆ, ପୂଜା ବସ୍ତ୍ରକାର ଏହି ଦଳରେ ଅଛନ୍ତି , ଏହା ସହିତ ବିଦେଶର ତାରକା ଖେଳାଳି ନାଟ୍ ସ୍କିଭର-ବ୍ରଣ୍ଟ, ଆମେଲିଆ କେର୍, ହେଲି ମାଥ୍ୟୁସ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ରେ ଅଛନ୍ତି |
Powered by Froala Editor