ଭିସୁଟ୍ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ଘଟଣା, ଲାଇଡିଟେକ୍ସନ ଟେଷ୍ଟ ଆଜି
ଭୁବନେଶ୍ୱର : ସମ୍ବଲପୁର ଭିସୁଟ୍ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ଘଟଣାରେ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନଙ୍କର ଲାଇଡିଟେକ୍ସନ ଟେଷ୍ଟ କରାଯିବ । ଏହାସହିତ ମାନସ ଟୁଡୁଙ୍କର ବି ହେବ ଲାଇଡିଟେକ୍ସନ ଟେଷ୍ଟ । ଭୁବନେଶ୍ୱର ଫରେନସିକ୍ ଲ୍ୟାବ୍ରେ କରାଯିବ ଏହି ଟେଷ୍ଟ ।
ସେପଟେ ଚିନ୍ମୟୀ ସାହୁ ରହସ୍ୟଜନକ ମୃତ୍ୟୁ ଘଟଣାରେ ବୁର୍ଲା ପୋଲିସର ୩ଟି ଟିମ୍ ଛାନଭିନ୍ ଜାରି ରଖିଛି । ଭୁବନେଶ୍ୱର ବିଜେବି ନଗରରେ ଚିନ୍ମୟୀ ରହୁଥିବା ଭଡା ଘରେ ବୁର୍ଲା ପୋଲିସ ତନାଘନା କରିଛି । ଏହି ଚଢାଉରେ ଭଡା ଘରୁ ଚିନ୍ମୟୀଙ୍କ ବ୍ୟାଗ, ଲାପଟପ ଓ କିଛି କାଗଜପତ୍ର ଜବତ କରିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ଗତ ବୁଧବାର ଦିନ ବୁର୍ଲା ପିସି ବ୍ରିଜ୍ରୁ ବୁର୍ଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ନଦୀକୁ ଡେଇଁପଡିଥିଲେ । ପରେ ଗୁରୁବାର ଦିନ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ । ତେବେ ଚିନ୍ମୟୀ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ଆତ୍ମହତ୍ୟା ପାଇଁ କିଏ ଉସ୍କାଇଛି ? ଏପରି ଅନେକ ଦିଗକୁ ନେଇ ଛାନ୍ଭିନ୍ ଜାରି ରଖିଛି ପୋଲିସ ।
Powered by Froala Editor