ଖୁବ୍ଶୀଘ୍ର ସବାଙ୍କୁ ବିବାହ କରିବେ ହ୍ରିତିକ୍ !
![ଖୁବ୍ଶୀଘ୍ର ସବାଙ୍କୁ ବିବାହ କରିବେ ହ୍ରିତିକ୍ !](https://odishanewslens.com/news_gallery/19938_1677873389.jpg)
ଛାଡପତ୍ର ପରେ ହ୍ରିତିକ ଏବଂ ସୁଜୈନ କୋ-ପ୍ୟାରେଟିଙ୍ଗ ଭାବେ ସେମାନଙ୍କର ଦୁଇ ସନ୍ତାନଙ୍କୁ ପାଳୁଛନ୍ତି। ଏହା ସହିତ ଉଭୟ ନିଜ ବ୍ୟକ୍ତିଗତ ଜୀବନକୁ ଖୋଲାଖୋଲି ଉପଭୋଗ ମଧ୍ୟ କରୁଛନ୍ତି। ହ୍ରିତିକ ଜୀବନସାଥୀ ଭାବେ ସବାଙ୍କୁ ପାଇଥିବା ବେଳେ ସୁସୈନ ମଧ୍ୟ ଅର୍ସଲାନ୍ ଗୋନିଙ୍କୁ ପାଇଛନ୍ତି।
ନିକଟରେ Bollywoodkinews ନାମକ ଅଫିସିଆଲ ଟ୍ୱିଟର୍ ଆକାଉଣ୍ଟରେ କରାଯାଇଥିବା ଏକ ଟ୍ୱିଟ୍ରେ କୁହାଯାଇଛି ଯେ ହ୍ରିତିକ ଏବଂ ସବା ଚଳିତ ବର୍ଷ ନଭେମ୍ବରରେ ବାହା ହେବାକୁ ଯାଉଛନ୍ତି। କୁହାଯାଉଛି ହ୍ରିତିକ ଏବଂ ସବାଙ୍କ ପରିବାର ଏହି ସମ୍ପର୍କକୁ ନେଇ ବହୁତ ଖୁସି ଏବଂ ଉଭୟ ପରିବାର ଏହି ସମ୍ପର୍କକୁ ପକ୍କା କରିବାକୁ ସମ୍ମତି ଦେଇଛନ୍ତି।
ତେବେ ଏହି ଭାଇରାଲ୍ ଟ୍ୱିଟ୍କୁ ନେଇ ଏପର୍ଯ୍ୟନ୍ତ କିଛି ନିଶ୍ଚିତ ହୋଇନାହିଁ। ଅନ୍ୟପକ୍ଷରେ, ସବା ଏବଂ ହ୍ରିତିକ ମଧ୍ୟ ଏହି ପ୍ରସଙ୍ଗରେ କିଛି କହି ନାହାଁନ୍ତି। ତେବେ ଏହାରି ଭିତରେ ହ୍ରିତିକ ଏବଂ ସବାଙ୍କୁ ନେଇ ଆଲୋଚନା ହେଉଛି ଯେ ଉଭୟ ପରସ୍ପରକୁ ପସନ୍ଦ କରିବା ପରେ ବିବାହ କରିବାକୁ ପ୍ରସ୍ତୁତ ଅଛନ୍ତି।
ଅନ୍ୟପକ୍ଷରେ, ହ୍ରିତିକଙ୍କ ଦୁଇ ପୁଅ ମଧ୍ୟ ସବାଙ୍କ ସହିତ ଖୁବ ଆରାମ ଅନୁଭବ କରୁଛନ୍ତି ଏବଂ ପରିବାର ମଧ୍ୟରେ ସବାଙ୍କର ଭଲ ବଣ୍ଡିଂ ମଧ୍ୟ ରହିଛି।
Powered by Froala Editor