ଘରେ ପଶି ଦଳିଦେଲା ଦନ୍ତା
କରଞ୍ଜିଆ: କରଞ୍ଜିଆ ରେଞ୍ଜ ଚରୁଆଁ ରେଞ୍ଜରେ ଘରେ ପଶି ଦଳିଦେଲା ଗୋଠ ଛଡ଼ା ଦନ୍ତା । ଏହି ଦନ୍ତା ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବାବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସ୍ତ୍ରୀ ।
ସୂଚନା ଥାଉକି, କରଞ୍ଜିଆ ରେଞ୍ଜ ରରୁଆଁ ବ୍ଲକ୍ ବାଟି ସାହିରେ ଦନ୍ତାହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ଘର ଭିତରେ ଶୋଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ବୃଦ୍ଧ । ଅଳ୍ପକେ ବର୍ତ୍ତିଯାଇଛନ୍ତି ବୃଦ୍ଧଙ୍କ ସ୍ତ୍ରୀ । ଘଟଣା ସ୍ଥଳରେ ବନ ବିଭାଗର ତଦନ୍ତ ଆରମ୍ଭ ହୋଇଛି । ମୃତ ବୃଦ୍ଧ ଜଣକ ହେଉଛନ୍ତି ରୁଟିଆ ହେମ୍ୱ୍ରମ୍ ।
Powered by Froala Editor