ପ୍ରଦୂଷଣବିହୀନ ସ୍ଥାନ ହଙ୍ଗସନ ମାଉଂଟେନ

ଦିନକୁ ଦିନ ପ୍ରଦୂଷଣର ସ୍ତର ବଢିବାରେ ଲାଗିଛି । ଉଭୟ ଜନସଂଖ୍ୟା ଓ ପ୍ରଦୂଷଣ ତାଲିକାରେ ବିଶ୍ୱରେ ଚୀନ ୧ ନମ୍ବର ସ୍ଥାନ ଅଧିକୃତ କରିଛି । ଚୀନ ଏବେ ନୂଆ ଉପାୟ ଆପଣାଇଛି , ଯାହାର ମୂଳଦୁଆ ୨୦୧୯ ରେ ହୋଇଥିଲା । ଯାହା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ । ଚୀନର ସବୁଠୁ ପ୍ରଦୂଷଣବିହୀନ ସ୍ଥାନ ଭାବେ ହଙ୍ଗସନ ମାଉଂଟେନ ଭିଲେଜ ଜଣାଯାଏ ।
ତାଇପିଙ୍ଗ ହ୍ରଦ କୂଳରେ ଇଂଜିନିୟରମାନେ ପରିବେଶକୁ ପ୍ରାଧାନ୍ୟ ଦେଇ ଘର ଗୁଡ଼ିକ ନିର୍ମାଣ କରିଛନ୍ତି । ୪ ବର୍ଷରେ ତିଆରି ହୋଇଥିବା ଏହି ଘରର ଦାମ ୪୫ କୋଟିରୁ ଆରମ୍ଭ । କୈାଣସି ରାସାୟନିକ ଦ୍ରବ୍ୟ କିମ୍ବା ପରିବେଶକୁ କ୍ଷତି ପରି କାର୍ଯ୍ୟ ମାଉଂଟେନ ଭିଲେଜରେ କରାଯାଏନି । କେବଳ ବ୍ୟାଟେରୀ ଚାଳିତ ମଟର ସାଇକେଲ ଓ କାର ଏଠାରେ ଚଳପ୍ରଚଳ ହେବ ।
Powered by Froala Editor