ବ୍ୟାଗରେ ୮୦୦ ବର୍ଷ ପୁରୁଣା ମମି, ଯୁବକ କହିଲା ‘ସେ ମୋ ଆଧ୍ୟାତ୍ମିକ ଗାର୍ଲଫ୍ରେଣ୍ଡ’
ପେରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ୨୬ ବର୍ଷ ବୟସ୍କ ଜଣେ ଫୁଡ ଡେଲିଭରୀ ଯୁବକଙ୍କ ବ୍ୟାଗରୁ ଉଦ୍ଧାର କରାଯାଇଛି ୮୦୦ ବର୍ଷ ପୁରୁଣା ମମି । ବର୍ତ୍ତମାନ ପୋଲିସ ମମିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଯେତେବେଳେ ମମି କଙ୍କାଳ ଦେଖି ପୋଲିସ ପଚାରିଲା, ଯୁବକ ଜଣକ କହିଥିଲେ ଯେ ସେ ମୋର ଆଧ୍ୟାତ୍ମିକ ଗର୍ଲଫ୍ରେଣ୍ଡ। ଯୁବକଙ୍କ ନାଁ ଜୁଲିଓ ସିଜର ବର୍ମେଜୋ ।
ଜୁଲିଓ ଏକ ଫୁଡ ଡେଲିଭରୀ କମ୍ପାନୀରେ କାର୍ଯ୍ୟ କରନ୍ତି। ପୋଲିସ ତାଙ୍କ ବ୍ୟାଗରୁ ପ୍ରାୟ ୬୦୦ ରୁ ୮୦୦ ବର୍ଷ ପୁରୁଣା ମମି କଙ୍କାଳ ଉଦ୍ଧାର କରିଥିଲା। ଏହାକୁ ସେ ଲୋକଙ୍କ ଘରେ ଖାଦ୍ୟ ଯୋଗାଇବା ପାଇଁ ବ୍ୟବହାର କରୁଥିଲେ । ଏହାର ଏକ ଭିଡିଓ ମଧ୍ୟ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜୁଲିଓ କହୁଥିବାର ଦେଖିବାକୁ ମିଳୁଛି ଯେ ଜୁନିତା ମୋ ରୁମରେ ମୋ ଘରେ ରୁହନ୍ତି। ସେ ମୋ ସହିତ ଶୋଇଥାନ୍ତି ଏବଂ ମୁଁ ତାଙ୍କର ଯତ୍ନ ନେଉଛି। ସେ ମୋର ଆଧ୍ୟାତ୍ମିକ ଗର୍ଲଫ୍ରେଣ୍ଡ।
ବିଶେଷଜ୍ଞ କହିଛନ୍ତି ଯେ ଏହା ମମି ଜୁନିତା ନୁହେଁ ବରଂ ଏହା ଜୁଆନ। ଯେଉଁ ବ୍ୟକ୍ତିଙ୍କର ଏହି କଙ୍କାଳ ଅଛି, ତାଙ୍କୁ ମୃତ୍ୟୁ ବେଳକୁ ଅତି କମରେ ୪୫ ବର୍ଷ ବୟସ ହୋଇଥିଲା। ଏହାକୁ ବ୍ୟାଣ୍ଡେଜରେ ଗୁଡ଼ାଇ ଦିଆଯାଇଥିଲା। ସଂସ୍କୃତି ମନ୍ତ୍ରଣାଳୟ କହିଛି, ସଂରକ୍ଷଣ ଏବଂ ସୁରକ୍ଷା ଉଦ୍ଦେଶ୍ୟରେ ମାମିଫାଇଡ ମୃତଦେହକୁ ଜବତ କରାଯାଇଛି।
ପେରୁ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ମଙ୍ଗଳବାର ଗିରଫ କରିଛି। ପୋଲିସର ପଚରାଉଚରା ବେଳେ ସେ କହିଥିଲେ ତାଙ୍କ ପିତା ଏହି ମମିକୁ ୩୦ ବର୍ଷ ପୂର୍ବେ କାହାଠାରୁ କିଣି ଘରକୁ ଆଣିଥିଲେ।
Powered by Froala Editor