ବର୍ଷା ନାହିଁ, ଜଳୁଛି ଜଙ୍ଗଲ: ମାର୍ଚ୍ଚରୁ ଅସହ୍ୟ ହେବ ତାତି
ଆସନ୍ତା ମାର୍ଚ୍ଚ ମାସରେ ରେକର୍ଡ ଭାଙ୍ଗିବ ତାପମାତ୍ରା । ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ଆକଳନ ଅନୁସାରେ ଆସନ୍ତା ମାର୍ଚ୍ଚ ମାସରେ ଦେଶର ଅଳ୍ପ କିଛି ଅଂଚଳକୁ ଛାଡ଼ିଦେଲେ ଅନ୍ୟ ଅଂଚଳରେ ଅପେକ୍ଷାକୃତ ଅଧିକ ଗ୍ରହଣ ଅନୁଭୂତ ହେବ। ଏହାପରେ ଏପ୍ରିଲ, ମେ ଓ ଜୁନ ମାସରେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ ।
ସ୍କାଏମେଟ ପକ୍ଷରୁ ମାର୍ଚ୍ଚମାସ ପାଇଁ ଦେଶର ଏକ ହିଟ୍ ମ୍ୟାପ୍ ଜାରି କରାଯାଇଛି । ଏଥିରୁ ଜଣାପଡ଼ୁଛି ଯେ ଉପକୂଳବର୍ତ୍ତୀ କେତେକ ଅଂଚଳକୁ ଛାଡ଼ିଦେଲେ ସାରା ରାଜ୍ୟରେ ହାରାହାରି ତାପମାତ୍ରା ୩୮ ଡିଗ୍ରୀରୁ ୪୦ ଡିଗ୍ରୀ କିମ୍ବା ଅଧିକ ରହିବାର ସମ୍ଭାବନା ରହିଛି । ସେହିପରି ଏପ୍ରିଲ ଓ ମେ ମାସରେ ରାଜ୍ୟର ହାରାହାରି ତାପମାତ୍ରା ୪୦ରୁ ୪୫ ଡିଗ୍ରୀ ମଧ୍ୟରେ ରହିବ ।
ଚଳିତ ବର୍ଷ ଜାନୁଆରି ଓ ଫେବ୍ରୁଆରି ମାସରେ ଉତ୍ତରଭାରତରେ ବିଶେଷ ବର୍ଷା ହୋଇନାହିଁ । ସେହିପରି ଓଡ଼ିଶା ଓ ମଧ୍ୟ ଭାରତରେ ବି ବର୍ଷା ହୋଇନାହିଁ । ଏହି କାରଣରୁ ତାପମାତ୍ରା ବଢିଚାଲିଛି। ଅନ୍ୟପଟେ ଜଙ୍ଗଲ ନିଆଁ ଥମୁନଥିବାରୁ ତାତି ଆହୁରି ବଢିବ ବୋଲି ଅନୁମାନ କରାଯାଉଛି ।
Powered by Froala Editor