ଓଡ଼ିଶାରେ ବୁଲୁଛି ମହାବଳ : କେନ୍ଦୁଝର, ଡେବ୍ରିଗଡ ଜଙ୍ଗଲରେ କଏଦ ହେଲା ଫଟୋ
ଦେବ୍ରିଗଡ଼ ଓ କେନ୍ଦୁଝର ଜଙ୍ଗଲରେ ବୁଲୁଛନ୍ତି ମହାବଳ ବାଘ । ତାହାର ଫଟୋ କ୍ୟାମେରାରେ କଏଦ ହୋଇଛି । ଦେବ୍ରିଗଡ଼ ଜଙ୍ଗଲ ସମେତ ବରଗଡ଼ର ୨ଟି ଜଙ୍ଗଲରେ ବୁଲାବୁଲି କରୁଛି । ବନ୍ୟପ୍ରାଣୀ ପିସିସିଏଫ ସୁଶୀଲ କୁମାର ପୋପଲି ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ନିକଟରେ ଦେବ୍ରିଗଡକୁ ବ୍ୟାଘ୍ର ଅଭୟାରଣ୍ୟ ଘୋଷଣା କରିବାକୁ ଏନ୍ଟିସିଏ ସୁପାରିଶ କରିଛି । ଏବେ ରାଜ୍ୟ ସରକାରଙ୍କୁ ଏନେଇ ବିଜ୍ଞପ୍ତି ଜାରି କରିବାକୁ ପଡ଼ିବ ।
ମିଳିଥିବା ସୂଚନା ଅନୁସାରେ, ଛତିଶଗଡ଼ରୁ ନିୟମିତ ଭାବେ ଗୋଟିଏ ମହାବଳ ବାଘ ଦେବ୍ରିଗଡ଼କୁ ଆସୁଛି। ବର୍ତ୍ତମାନ ଏହି ବାଘଟି ଦେବ୍ରିଗଡ଼ ଜଙ୍ଗଲରେ ରହିଛି। ତା’ର ଫଟୋ କ୍ୟାମେରାରେ କଏଦ ହୋଇଛି। ବାଘଟି ଦେବ୍ରିଗଡ଼ ଅଭୟାରଣ୍ୟ ସମେତ ବରଗଡ଼ର ୨ଟି ଜଙ୍ଗଲରେ ବୁଲାବୁଲି କରୁଥିବା ବନ ବିଭାଗ ଜାଣିବାକୁ ପାଇଛି।
ଏସବୁ ଭିତରେ ଦେବ୍ରିଗଡ଼କୁ ବ୍ୟାଘ୍ର ଅଭୟାରଣ୍ୟ ଘୋଷଣା କରିବାକୁ NTCA ସୁପାରିସ କରିଛି। ଏବେ ରାଜ୍ୟ ସରକାରଙ୍କୁ ଏନେଇ ବିଜ୍ଞପ୍ତି ଜାରି କରିବାକୁ ପଡ଼ିବ। ଏହାପରେ ଦେବ୍ରିଗଡ଼ ବ୍ୟାଘ୍ର ଅଭୟାରଣ୍ୟ ଭାବେ ପରିଚୟ ଲାଭ କରିବ। ଏହାବାଦ ଦେବ୍ରିଗଡ଼ରେ ବାଘ ସଂଖ୍ୟା ଗଣତି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବନ ବିଭାଗ।
ଅନ୍ୟପକ୍ଷରେ କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ତଣ୍ଡ ବିଟ୍ ଅଞ୍ଚଳରେ ମଧ୍ୟ ମହାବଳ ବାଘ ଠାବ ହୋଇଥିବା ଜଣାପଡ଼ିଛି। ରୋହଣୀଦୁମା ଓ ବଣମହୁଲ ଡିହା ଗ୍ରାମବାସୀ କିଛି ଦିନ ତଳେ ଗାଁ ନିକଟ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ବାରହାର ମୃତଦେହ ଠାବ କରିଥିଲେ। ସେହିପରି ମୃତଦେହ ନିକଟରୁ ୪ରୁ ଅଧିକ ବାଘର ପାଦ ଚିହ୍ନ ମିଳିଥିଲା। ଏହି ପାଦ ଚିହ୍ନ କେଉଁ ପ୍ରଜାତିର ବାଘ ବୋଲି ଜାଣିବା ମଧ୍ୟ ପ୍ରୟାସ କରାଯାଇଥିଲା। ଏବେ ଜଣାପଡ଼ିଛି ଯେ କେନ୍ଦୁଝର ଜଙ୍ଗଲରେ ଗୋଟିଏ ମହାବଳ ବାଘ ବୁଲୁଛି।ବାଘର ପାଦ ଚିହ୍ନ ମିଳିବା ପରେ ବନ ବିଭାଗ ତତ୍ପର ହୋଇ ଏହାକୁ ଠାବ କରିବା ପାଇଁ ଜଙ୍ଗଲରେ ୧୦ଟି ଟ୍ରାପ କ୍ୟାମେରା ଲଗାଇଛି।
Powered by Froala Editor