ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜ ହାଣ୍ଡିଭଙ୍ଗା ଯାତ

ଭୁବନେଶ୍ୱର: ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜ ହାଣ୍ଡିଭଙ୍ଗା ଯାତ । ଠାକୁରାଣୀଙ୍କ ଦ୍ୱିପହର ଧୂପ ପରେ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପହଡ଼ ପଡ଼ିବ । ଏହା ପରେ ସୁଆର, ବଡୁ, ପୂଜାପଣ୍ଡା ଓ ଅନ୍ୟାନ୍ୟ ସେବାୟତଙ୍କ ଉପସ୍ଥିତିରେ ଶ୍ରୀଜିଉଙ୍କ ସମେତ ପାର୍ବତୀ, ଦୁର୍ଗା ଓ ବସୁଦେବ ପାଲିଙ୍କିରେ ଶ୍ରୀକପିଳେଶ୍ୱରଙ୍କ ମନ୍ଦିରକୁ ଯାତ୍ରା କରିବେ। ଶୋଭାଯାତ୍ରାରେ ଘଣ୍ଟ, ଘଣ୍ଟା, କାହାଳୀ, ମଶାଲ, ଧଳାଛତା, କଳାଛତା, ତ୍ରାସ ଓ ପାରମ୍ପରିକ ବାଦ୍ୟ ସାମିଲ କରାଯିବ । ସେଠାରେ ପହଞ୍ଚିବା ପରେ ସେବାୟତଙ୍କ ଦ୍ୱାରା ବରଣ କରାଯିବ । ଏହା ପରେ ହଜାରି ମଣ୍ଡପକୁ ସମସ୍ତ ଦେବଦେବୀ ବିଜେ କରିବେ। ସ୍ଥାନୀୟ ଶନି ମନ୍ଦିରରେ ଭେଟ ଆଳତି ସହ କୋଠ ଭୋଗରେ ଆପ୍ୟାୟିତ କରାଯିବ । ଶେଷରେ ଶ୍ରୀକପିଳେଶ୍ୱରଙ୍କ ସହ ଭେଟ ଆଳତି କରି ଶ୍ରୀଜିଉ ମେଲାଣି ନେବେ । ଫେରିଲା ବେଳେ ହାଟ ପାଖରେ ଐଶେନେଶ୍ୱରଙ୍କ ପାଖରେ କିଛି ସମୟ ଅତିବାହିତ କରି ମନ୍ଦିରକୁ ପ୍ରବେଶ କରିବେ।
Powered by Froala Editor