ପୋଲିସ୍ ଇନଫର୍ମର ସନ୍ଦେହ: ଯୁବକଙ୍କୁ ଘରୁ ଡ଼ାକିନେଇ ଗାଁ ମଝିରେ ଗଳା କାଟି ହତ୍ୟା କଲେ

ଉମରକୋଟ : କିଛିଦିନର ନୀରବତା ପରେ ମାଓବାଦୀ ଜାହିର କରିଛନ୍ତି ଦବ୍ଦବା । ନବରଙ୍ଗପୁର ଜିଲ୍ଲାରେ ନିଜର ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ । ପୋଲିସ୍ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କ ଗଳାକାଟି ହତ୍ୟା କରିଛନ୍ତି । ମୃତ ଯବକ ଜଣଙ୍କ ହେଉଛନ୍ତି ଚନ୍ଦନ ମଲିକ । ଯୁବକଙ୍କୁ ଘରୁ ଡ଼ାକିନେଇ ଗାଁ ମଝିରେ ଗଳା କାଟି ହତ୍ୟକରିଛନ୍ତି ମାଓବାଦୀ ।
ରାଇଘର ବ୍ଲକ ହାତୀଗାଁ ନିକଟସ୍ଥ କେରାଡ଼ିହିରେ ଘଟିଛି ଘଟଣା । ହତ୍ୟା ପରେ ମୃତଦେହ ନିକଟରେ ମାଓବାଦୀ ଛାଡ଼ିଯାଇଛନ୍ତି ପୋଷ୍ଟର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Powered by Froala Editor