ଦର୍ଶକଙ୍କ ଆଖିଲେ ଲୁହ ଆଣିଲା 'ମିସେସ ଚାଟାର୍ଜୀ ଭର୍ସେସ ନରୱେ'ର ଟ୍ରେଲର
ରାଣୀ ମୁଖାର୍ଜୀଙ୍କ ଅପକମିଂ ମୁଭି 'ମିସେସ ଚାଟାର୍ଜୀ ଭର୍ସେସ ନରୱେ'ର ଟ୍ରେଲର ରିଲିଜ୍ ହୋଇଛି । ଟ୍ରେଲର ଖୁବ୍ ଦମଦାର ଲାଗୁଛି । ଫିଲ୍ମଟି ନରୱେରେ ରହୁଥିବା ଜଣେ ବଙ୍ଗାଳି ମହିଳାଙ୍କ କାହାଣୀ ଉପରେ ଆଧାରିତ, ଯେକି ତାଙ୍କ ସ୍ୱାମୀ ଓ ଦୁଇ ପିଲାଙ୍କ ସହ ନରୱେରେ ରହୁଛନ୍ତି । ସେଠାରେ ଥିବା ବାଲ ସୁରକ୍ଷା ସେବା ଦ୍ୱାରା ରାଣୀଙ୍କ ପିଲାଙ୍କୁ ତାଙ୍କଠାରୁ ଛଡାଇ ନିଆଯାଉଛି ।
ଆଶିମା ଚିବ୍ୱରଙ୍କ ଦ୍ୱାରା ନିର୍ଦ୍ଦେଶିତ ମୁଭି ' ମିସେସ ଚାଟାର୍ଜୀ ଭର୍ସେସ ନରୱେ' ଏକ ସତ ଘଟଣା ଉପରେ ଆଧାରିତ । ଫିଲ୍ମଟି ପ୍ରଥମେ ୩ ମାର୍ଚ୍ଚରେ ରିଲିଜ୍ ହେବାକୁ ଘୋଷଣା କରାଯାଇଥିବା ବେଳେ ପରେ କିନ୍ତୁ ଏହା ୨୧ ମାର୍ଚ୍ଚ ୨୦୨୩ରେ ରିଲିଜ୍ ହେବ ବୋଲି ଘୋଷଣା କରାଯାଇଛି ।
ଟ୍ରେଲର ଆରମ୍ଭରେ ମିସେସ ଚାଟାର୍ଜୀ ନରୱେରେ ନୂଆ ଜୀବନର ଠିକ୍ ଚିତ୍ର ଦେଖାଇବାରୁ ଆରମ୍ଭ ହେଉଛି । ନରୱେରେ ନୂଆ ଜୀବନ ଆରମ୍ଭ କରିବାକୁ ମିସେସ ଚାଟାର୍ଜୀ ସ୍ୱାମୀଙ୍କ ସହ ଦେଶ ଛାଡି ଚାଲିଯାଇଛନ୍ତି । ସେ ତାଙ୍କର ଦୁଇଟି ପିଲା ଶୁଭ ଓ ସୂଚିକୁ ବହୁତ ଭଲପାଆନ୍ତି । ହେଲେ ଗୋଟିଏ ଦିନ ୨ ଜଣ ମହିଳା ତାଙ୍କ ପିଲାଙ୍କୁ ତାଙ୍କଠାରୁ ଛଡାଇ ନେଇଯାଉଛନ୍ତି । ପରେ ଜଣାପଡିଛି କି ଚାଟାର୍ଜୀ ତାଙ୍କ ପିଲାଙ୍କ ଦେଖାଶୁଣା ଠିକ୍ ଭାବେ କରି ନ ପାରିବାରୁ ସେମାନଙ୍କୁ ତାଙ୍କ ମାତାପିତାଙ୍କ ନିକଟରୁ ଛଡାଇ ନିଆଯାଉଛି । ତେବେ ଏହି ଫିଲ୍ମର ଟ୍ରେଲର ଦର୍ଶକଙ୍କ ଆଖିଲେ ଲୁହ ଆଣିଦେଇଛି । ରାଣୀଙ୍କ ଅଭିନୟ ଅତ୍ୟନ୍ତ ଜୀବନ୍ତ ହୋଇଥିବାରୁ ଦର୍ଶକ ଖୁବ୍ ପ୍ରଶଂସା କରିଛନ୍ତି ।
Powered by Froala Editor