ଅନୁଷ୍କା ମୋଟି ହୋଇଗଲେ କେମିତି?
ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କର ଏକାଥରକେ ୨୦ କିଲୋ ଓଜନ ବୃଦ୍ଧି ପାଇବା ପରେ ସୋସିଆଲ୍ ମିଡିଆରେ 'ବଡି ସେମିଂ'ର ଶିକାର ହୋଇଛନ୍ତି। ନିକଟରେ ମହା ଶିବରାତ୍ରୀ ଅବସରରେ ଅଭିନେତ୍ରୀ ନିଜ ସଂପର୍କୀୟଙ୍କ ସହ ଏକ ଉତ୍ସବରେ ପହଞ୍ଚିଥିଲେ। ଏହି ଅବସରରେ ଅନୁଷ୍କା ଧଳା ରଂଗର ଏକ ସାଲୱାର୍ ସୁଟ୍ ପିନ୍ଧିିଥିଲେ। କିନ୍ତୁ ଓଜନକୁ ନେଇ ତାଙ୍କୁ ବହୁ କଥା ଶୁଣିବାକୁ ପଡୁଛି ।
ରିପୋର୍ଟରୁ ଜାଣିବାକୁ ମିଳିଛି ଅନୁଷ୍କା ଏକ ଫିଲ୍ମ ପାଇଁ ସାଇଜ୍ ଜିରୋ କରିଥିଲେ। ଯାହାର ପାର୍ଶ୍ବ ପ୍ରଭାବ କାରଣରୁ ତାଙ୍କ ଓଜନ ସିଧା ୨୦ କିଲୋ ବୃଦ୍ଧି ପାଇଛି। ଯେଉଁଥି ପାଇଁ ତାଙ୍କୁ ଅନେକ ଟ୍ରୋଲର୍ସଙ୍କ ସାମ୍ନା କରିବାକୁ ପଡ଼ିଛି।'
Powered by Froala Editor