ଅନୁପ ସାଏଙ୍କୁ ହତ୍ୟା ଯୋଜନା !
ଝାରସୁଗୁଡ଼ା : ଅନୁପ ସାଏଙ୍କୁ ହତ୍ୟା ଯୋଜନା । ଜଣେ କନେଷ୍ଟବଳ ହତ୍ୟା ଷଡ଼ଯନ୍ତ୍ର କରିଥିବା ସୂଚନା ମିଳିଛି । ଘଟଣା ସାମ୍ନାକୁ ଆସିବା ପରେ ଜଣେ କନେଷ୍ଟବଳକୁ ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ କରାଯାଇଛି । କନେଷ୍ଟବଳ ସରୋଜ ଦାସଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ କରାଯାଇଥିବା ଏସପି ସ୍ମିଥ ପରମାର କହିଛନ୍ତି ।
ଖବର ଅନୁଯାୟୀ, ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ହତ୍ୟା ଷଡଯନ୍ତ୍ର କରିବା ଅଭିଯୋଗରେ କନେଷ୍ଟବଳଙ୍କୁ ବଦଳି କରାଯାଇଛି । ବ୍ୟକ୍ତିଗତ ଶତ୍ରୁତାକୁ ନେଇ କନେଷ୍ଟବଳ ସରୋଜ ଦାସ, ଅନୁପ ସାଏଙ୍କୁ ହତ୍ୟା କରିବେ ବୋଲି କିଛି ଦିନ ତଳେ ସେ କହିଥିବା କୁହାଯାଉଛି । ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ନବାଦାସ ହତ୍ୟାରେ ଜଣେ ପୋଲିସ ଏଏସ୍ଆଇଙ୍କ ସଂପୃକ୍ତି ଥିବା ଏବଂ ଏହି ଘଟଣାରୁ ପରଦା ଉଠି ନଥିବା ବେଳେ ଆଉ ଜଣେ ରାଜନେତାଙ୍କୁ ହତ୍ୟା କରାଯିବା ପାଇଁ ଖବର ପ୍ରଚାରିତ ହେବା ପୋଲିସ୍ ବିଭାଗର ନିଦ ହଜାଇ ଦେଇଛି।
ତେବେ ଏହି ଖବର ଜାଣିବା ପରେ କୋଲାବିରା ଥାନାରେ କର୍ତ୍ତବ୍ୟରତ କନେଷ୍ଟବଳ ସରୋଜ ଦାସକୁ ପୋଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି । ସରୋଜ ଦାସଙ୍କ ନାଁରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇଛି ବୋଲି ଏସପି ସ୍ମିଥ ପରମାର କହିଛନ୍ତି ।
Powered by Froala Editor