ବଜେଟ୍ ଅଧିବେଶନ: ଏହି ଘଟଣାକୁ ପ୍ରସଙ୍ଗ କରିବ କଂଗ୍ରେସ
ଭୁବନେଶ୍ବର: ଆସନ୍ତା ୨୧ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ। ଏଥର ଅଧିବେଶନ ଯେପରି ସୁରୁଖୁରରେ ଚାଲିବ ସେଥିପାଇଁ ଆଜି(ସୋମବାର)ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ। ହେଲେ ବିଧାନସଭାରେ କିପରି ବିରୋଧୀ ଶାସକ ଦଳକୁ ଘେରିବେ ଏବଂ ଶାସକ ଦଳ କିପରି ବିରୋଧୀଙ୍କୁ ମୁକାବିଲା କରିବ ସେନେଇ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏବେ ଠାରୁ ସ୍ପଷ୍ଟ ଜଣାପଡ଼ିଲାଣି ଯେ ଏଥରର ବଜେଟ୍ ଅଧିବେଶନ ଚଳାଇବା ବାଚସ୍ପତିଙ୍କ ପକ୍ଷେ ଏତେ ସହଜ ହେବନି।
କଂଗ୍ରେସ ବିପର୍ୟ୍ୟସ୍ତ ଆଇନଶୃଙ୍ଖଳା, ଚାଷୀଙ୍କ ସମସ୍ୟା, ନବ ଦାସ ହତ୍ୟାକାଣ୍ଡ ଘଟଣାକୁ ପ୍ରସଙ୍ଗ କରିବ। ଏହାସହ ବିରୋଧୀ ଦଳ ନେତାଙ୍କ ବିବାଦୀୟ ବୟାନ ‘ତାଙ୍କ ପୂର୍ବରୁ ଶାସକ ଦଳ ବିରୋଧୀ ଦଳଙ୍କୁ ମ୍ୟାନେଜ୍ କରୁଥିଲା’ ପ୍ରସଙ୍ଗରେ କଂଗ୍ରେସ ବିଜେପିକୁ ଘେରିବ। ବିରୋଧୀ ଦଳ ନେତା ତାଙ୍କ ବୟାନ ପାଇଁ କ୍ଷମା ମାଗନ୍ତୁ ବୋଲି ଦାବି କରିବ। ବିଧାନସଭା ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ଅଭିଭାଷଣ ଦେବା ପରେ କଂଗ୍ରେସ ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି।
Powered by Froala Editor