ବର ବେଶରେ କନିଆ ଘରକୁ ବାହାରିଥିଲେ ୨ ଭାଇ, ଉଠାଇନେଲା ପୁଲିସ
ଭୁବନେଶ୍ୱର: କରୋନା ସମୟରେ ବାହାଘର । କଟକଣାକୁ ଖାତିର ନକରି ଧୁମଧାମରେ ହୋଇଥିଲା ସମସ୍ତ ଆୟୋଜନ । ବାହା ହେବା ପାଇଁ କନିଆକୁ ଘରକୁ ଯିବାକୁ ଘୋଡ଼ାଗାଡ଼ିର ବ୍ୟବସ୍ଥା ହୋଇଥିଲା । ଜଣେ ନୁହେଁ ଏକାବେଳେ ଗୋଟିଏ ଦିନରେ ୨ ଭାଇ ବାହା ହେଉଥିଲେ । ୨ ଭାଇ ବର ବେଶରେ ସଜେଇ ହୋଇ ଘୋଡ଼ାଗାଡ଼ିରେ ବାହାରିଥିଲେ କନିଆ ଘରକୁ । ଘରୁ ବାହାରୁ ବାହାରୁ ଆରମ୍ଭ ହୋଇଯାଇଥିଲା ପ୍ରୋସେସନ । ବାରଯାତ୍ରୀମାନେ ଆରମ୍ଭ କରିଦେଇଥିଲେ ନାଚଗୀତ । ତେବେ ଏହି ପ୍ରୋସେସନ ଅଧିକ ସମୟ ଚାଲିନଥିଲା । କାରଣ କରୋନା କଟକଣାକୁ ଖାତିର ନକରି ଏଭଳି ଆୟୋଜନ କରାଯାଇଥିବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୨ ବରଙ୍କୁ ଉଠାଇନେଇଥିଲା । ଘୋଡ଼ାଗାଡ଼ିରେ ପ୍ରୋସେନ କରିଥିବାରୁ ପୁଲିସ ୨ ବରଙ୍କୁ ଅଟକ ରଖିଛି । ହିଞ୍ଜିଳି ବ୍ଲକ ଦୂରବନ୍ଧ ପଞ୍ଚାୟତ ଅନ୍ତର୍ଗତ ଗୋଦରାପଲ୍ଲୀ ଗ୍ରାମରେ ଏହି ପ୍ରୋସେସନ ଚାଲିଥିଲାବେଳେ ହିଞ୍ଜିଳି ପୁଲିସ ଚଢଉ କରି ୨ ବର ଓ ତାଙ୍କ ବାପାଙ୍କୁ ଥାନାରେ ଅଟକ ରଖିଛି । ୨ ଭାଇ ବାହାଘର ପାଇଁ ଘୋଡ଼ାଗାଡ଼ିରେ ପ୍ରୋସେନ କରି ଆସିଥିବାବେଳେ ଏଭଳି ଘଟଣା ଘଟିଛି ।
Powered by Froala Editor