ନବମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା
ଗଜପତି: ଜବାହାର ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବେତାଗୁଡ଼ା ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟର ଜଣେ ଛାତ୍ରୀ ଗତକାଲି ମଧ୍ୟରାତ୍ରିରେ ବେକରେ ବେଡସିଟ୍ ଲଗାଇ ଆତ୍ମହତ୍ୟା କରିଛନ୍ତି। ଆଜି ସକାଳ ୫ଟାରେ ପିଲାମାନେ ଉଠି ଦେଖିବା ପରେ ସ୍କୁଲ କର୍ତ୍ତୃପକ୍ଷ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।
ସୂଚନାନୁଯାୟୀ, ମୃତ ଛାତ୍ରୀ ଜଣକ ହେଲେ ସୌଦାମିନୀ ରଇତ। ତାଙ୍କ ସହ ତାଙ୍କ ସାନ ଭଉଣୀ ମଧ୍ୟ ସ୍କୁଲରେ ପଢୁଛନ୍ତି। ଗତ ୫ତାରିଖରେ ସୌଦାମିନୀ ଜନ୍ମଦିନ ପାଳନ କରିଥିଲେ। ସେ ବହୁତ ଭଲ ପିଲା ଥିଲା ବୋଲି କହିଛନ୍ତି ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ପଣ୍ଡା।
Powered by Froala Editor