ରୋଡ୍ ଶୋରେ ହୃଦଘାତର ଶିକାର ହୋଇଥିଲେ, ପ୍ରାଣ ହରାଇଲେ ଏନ୍ଟିଆର୍ଙ୍କ ଭାଇ
ସାଉଥ ଅଭିନେତା ଜୁନିଆର୍ ଏନ୍ଟିଆର୍ଙ୍କ ଭାଇଙ୍କ ଦେହାନ୍ତ ହୋଇଛି। ରୋଡ଼ ଶୋ' ବେଳେ ହୃଦ୍ଘାତର ଶିକାର ହୋଇ ଜୁନିୟର ଏନଟିଆରଙ୍କ ସମ୍ପର୍କିୟ ଭାଇ ତଥା ଅଭିନେତା ଓ ରାଜନେତା ନନ୍ଦମୁରି ତାରକ ରତ୍ନଙ୍କର ପରଲୋକ ହୋଇଛି। ତାଙ୍କୁ ବେଙ୍ଗାଲୁରୁର ନାରାୟଣ ହାର୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୩୯ ବର୍ଷ ହୋଇଥିଲା।
ଜାନୁଆରି ୨୭ ତାରିଖ ଦିନ ଆନ୍ଧ୍ରପ୍ରଦେଶର ଚିତ୍ତୂର ଜିଲ୍ଲା ଅନ୍ତର୍ଗତ କୁପ୍ପମ୍ରେ ରୋଡ୍ ଶୋ ସମୟରେ ହୃଦ୍ଘାତରେ ଆକ୍ରାନ୍ତ ହୋଇ ସେ ‘କୋମା’ ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ପ୍ରଥମେ ତାଙ୍କୁ କୁପ୍ପମ୍ସ୍ଥିତ ଏକ ହସ୍ପିଟାଲ୍କୁ ନିଆଯାଇଥିଲା। ପରେ ସେଠାରୁ ତାଙ୍କୁ ବେଙ୍ଗାଲୁରୁସ୍ଥିତ ନାରାୟଣ ହୃଦୟାଳୟ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା।
ତାଙ୍କର ଏହି ଆକଷ୍ମିକ ମୃତ୍ୟୁ ସମଗ୍ର ଟଲିଉଡ ଜଗତକୁ ସ୍ତବ୍ଧ କରି ଦେଇଛି। ନନ୍ଦମୁରି ତାରକ ରତ୍ନଙ୍କ ପରଲୋକ ଖବର ଶୁଣିବା ପରେ ବହୁ ରାଜନେତା ଓ ସେଲିବ୍ରିଟି ସୋସିଆଲ ମିଡିଆ ମାଧ୍ୟମରେ ଶୋକ ପ୍ରକାଶ କରିଛନ୍ତି।
Powered by Froala Editor