ଆଧିପତ୍ୟ ଦେଖାଇବା ଲାଗି ପୁତୁରା ବାହାଘରରେ ୫୦ ଲକ୍ଷ ଉଡ଼ାଇଦେଲେ ପୂର୍ବତନ ସରପଞ୍ଚ
ଗୁଜରାଟର ମହେସାଣା ଜିଲ୍ଲାରେ ଆୟୋଜିତ ବିବାହ ଅନୁଷ୍ଠାନରେ ଜଣେ ପୂର୍ବତନ ସରପଞ୍ଚ ତାଙ୍କ ଘର ଛାତ ଉପରୁ ଟଙ୍କା ବୃଷ୍ଟି କରୁଥିବା ଦୃଶ୍ୟ ଭାଇରାଲ୍ ହୋଇଛି। ଗୁଜରାଟର ମହେସାଣା ଜିଲ୍ଲା କେକରୀ ତହସିଲ ଅନ୍ତର୍ଗତ ଆଗୋଲ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏଠାକାର ପୂର୍ବତନ ସରପଞ୍ଚ ତାଙ୍କ ପୁତୁରା ବାହାଘର ବେଳେ ବିପୁଳ ଟଙ୍କା ବର୍ଷା କରିଥିବା ଜଣାପଡ଼ିଛି। ବିବାହ ଉତ୍ସବ ଶୋଭାଯାତ୍ରା ଯାଉଥିବା ବେଳେ ତାଙ୍କ ଘର ଛାତ ଉପରୁ ୫୦୦ ଟଙ୍କିଆ ନୋଟ୍ ଉଡ଼ାଯାଇଥିଲା। ଏପଟେ ଏ ଟଙ୍କା ସଂଗ୍ରହ କରିବାକୁ ତଳେ ଉପସ୍ଥିତ ଗାଁ ଲୋକେ ପ୍ରତିଯୋଗିତା ଲାଗି ଯାଇଥିଲା।
ସୂଚନା ଅନୁସାରେ, ଆଗୋଲ୍ ଗାଁର ପୂର୍ବତନ ସରପଞ୍ଚ ନିଜର ଆଧିପତ୍ୟ ଦେଖାଇବ ଲାଗି ପ୍ରାୟ ୫୦ ଲକ୍ଷ ଟଙ୍କା ଉଡ଼ାଇ ଥିବା କୁହାଯାଉଛି। ଏ ଘଟଣା ପ୍ରାୟ ଦୁଇ ଦିନ ତଳର ହୋଇଥିଲେ ବି ଟଙ୍କା ବର୍ଷାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କେବଳ ପୂର୍ବତନ ସରପଞ୍ଚ ନୁହଁନ୍ତି, ତାଙ୍କ ପରିବାର ସଦସ୍ୟମାନେ ମଧ୍ୟ ଟଙ୍କା ଫୋପଡ଼ା ଦୃଶ୍ୟ ଉପଭୋଗ କରୁଥିବା ନଜର ଆସିଛି। ଭିଡିଓରେ, ବିଲଡିଂ ତଳେ ଠିଆ ହୋଇଥିବା ଲୋକମାନେ ସେମାନଙ୍କ ଉପରେ ପଡ଼ୁଥିବା ନୋଟଗୁଡ଼ିକୁ ଧରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି।
Powered by Froala Editor