ନବୀନ ବାବୁ ନିୟମ କରିଦିଅନ୍ତୁ ଓଡ଼ିଶା ପୁଲିସକୁ ସବୁ ମାଫ୍: ଜୟନାରାୟଣ
ଭୁବନେଶ୍ୱର:ମହିଳା ଆଇଆଇସିଙ୍କୁ ଧକ୍କା ମାରିବା ବିବାଦରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପୁଣି ଥରେ ପୁଲିସ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିକରି ମରାଗଲା, କେହି ତ କ୍ଷମା ମାଗିଲେନି। ଗୃହ ବିଭାଗ ମୁଖ୍ୟ ‘ମୁଖ୍ୟମନ୍ତ୍ରୀ’ ମଧ୍ୟ ଘଟଣାରେ କ୍ଷମା ମାଗିଲେନି। ଧନୁପାଲି ଆଇଆଇସି ମୋତେ ମାରିଲେ, ମୁଁ କ’ଣ ପାଇଁ କ୍ଷମା ମାଗିବି। ଆନ୍ଦୋଳନ ବେଳେ ସେ ମହିଳାଙ୍କ ପଟେ ଥିଲେ। ପରେ ଆସି ମୋତେ ମାରିଲେ। ଓଡ଼ିଶା ପୁଲିସ ମୋତେ କ୍ଷମା ମାଗିବ ନା ମୁଁ ସେମାନଙ୍କୁ କ୍ଷମା ମାଗିବି? ନବୀନ ବାବୁ ନିୟମ କରିଦିଅନ୍ତୁ ଓଡ଼ିଶା ପୁଲିସକୁ ସବୁ ମାଫ୍।
ଅନ୍ୟପଟେ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ତାତିଲେ କିନ୍ନର । ମହିଳା ପୋଲିସ କର୍ମୀଙ୍କ ଉପରେ ହାତ ଉଠାକୁ କଲେ ବିରୋଧ । ତରୁନ୍ତ କ୍ଷମା ପ୍ରାର୍ଥନା ପାଇଁ ଦାବି କଲେ କିନ୍ନର ସଂଘ । ଜୟନାରାୟଣଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ଘେରାଉ କରିବାକୁ ଉଦ୍ୟମ କରିଛନ୍ତି ।
ଗତକାଲି ମଧ୍ୟ ଭୁବନେଶ୍ବର ଲୋୟର ପିଏମ୍ଜି ଠାରେ ମହିଳା ବିଜୁ ଜନତା ଦଳ ପକ୍ଷରୁ ଶତାଧିକ କର୍ମୀ ପ୍ରତିବାଦ ସଭା କରିବା ସହ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜୟ ନାରାୟଣଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ଓ ବିରୋଧୀ ଦଳ ନେତା ପଦରୁ ଜୟନାରାୟଣଙ୍କୁ ବହିଷ୍କାର ଦାବି ଦୋହରାଇଥିଲେ ବିଜେଡି ନେତା ।
Powered by Froala Editor