ଜୟନାରାୟଣ ମିଶ୍ରଙ୍କ ବିରୋଧରେ ତାତିଲେ କିନ୍ନର, ଦାବି କଲେ ତରୁନ୍ତ କ୍ଷମା ପ୍ରାର୍ଥନା
ଭୁବନେଶ୍ୱର: ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ତାତିଲେ କିନ୍ନର । ମହିଳା ପୋଲିସ କର୍ମୀଙ୍କ ଉପରେ ହାତ ଉଠାକୁ କଲେ ବିରୋଧ । ତରୁନ୍ତ କ୍ଷମା ପ୍ରାର୍ଥନା ପାଇଁ ଦାବି କଲେ କିନ୍ନର ସଂଘ । ଜୟନାରାୟଣଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ଘେରାଉ କରିବାକୁ ଉଦ୍ୟମ କରିଛନ୍ତି ।
ଗତକାଲି ମଧ୍ୟ ଭୁବନେଶ୍ବର ଲୋୟର ପିଏମ୍ଜି ଠାରେ ମହିଳା ବିଜୁ ଜନତା ଦଳ ପକ୍ଷରୁ ଶତାଧିକ କର୍ମୀ ପ୍ରତିବାଦ ସଭା କରିବା ସହ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜୟ ନାରାୟଣଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ଓ ବିରୋଧୀ ଦଳ ନେତା ପଦରୁ ଜୟନାରାୟଣଙ୍କୁ ବହିଷ୍କାର ଦାବି ଦୋହରାଇଥିଲେ ବିଜେଡି ନେତା ।
Powered by Froala Editor