ଶ୍ବେତା ଆତ୍ମହତ୍ୟା ଘଟଣା: ପୁରୁଷ ବନ୍ଧୁ ସୌମ୍ୟଜିତଙ୍କୁ ଉଠାଇନେଲା ପୋଲିସ
ଭୁବନେଶ୍ୱର: ଭୁବନେଶ୍ବରରେ ଲେଡି ସଫ୍ଟଓ୍ବେର ଇଂଜିନିୟର ଶ୍ବେତା ଉତ୍କଳ କୁମାରୀ ଆତ୍ମହତ୍ୟା ଘଟଣାରେପୁରୁଷ ବନ୍ଧୁ ସୌମ୍ୟଜିତଙ୍କୁ ସମ୍ବଲପୁର ବଂଶୀଧରନଗର ସ୍ଥିତ ଘରୁ ଉଠାଇନେଲା ଚନ୍ଦ୍ରଶେଖରପୁର ପୋଲିସ। ଶ୍ବେତାଙ୍କ ପୁରୁଷ ବନ୍ଧୁ ସୌମ୍ୟଜିତଙ୍କ ଯୋଗୁଁ ଶ୍ଵେତା ଆତ୍ମହତ୍ୟା କରିଥିବା ନେଇ ଚନ୍ଦ୍ରଶେଖରପୁର ପୋଲିସ ଥାନାରେ ମାମଲା ରୁଜୁ ହୋଇଥିଲା। ସେତେବେଳେ ଏହି ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ସୌମ୍ୟଜିତ ସମ୍ବଲପୁରରୁ ଯାଇ ଭୁବନେଶ୍ବରରେ ପୋଲିସ ନିକଟରେ ହାଜର ହୋଇଥିଲେ। ତେବେ ଚନ୍ଦ୍ରଶେଖରପୁର ପୋଲିସ ବଂଶୀଧର ନଗରରୁ ସୌମ୍ୟଜିତଙ୍କୁ ଉଠାଇନେଇଥିବା ଜଣାପଡିଛି।
ସୂଚନା ମୁତାବକ, ଗତ ବର୍ଷ ଅଗଷ୍ଟରେ ଶୈଳଶ୍ରୀ ବିହାର ସ୍ଥିତ ଘରେ ଆତ୍ମହତ୍ୟା କରିଥିଲେ ଶ୍ଵେତା। ସଫ୍ଟୱେୟାର ଇଞ୍ଜିନିୟର ଶ୍ଵେତାଙ୍କ ଆତ୍ମହତ୍ୟା ପାଇଁ ସୌମ୍ୟଙ୍କୁ ଦାୟୀ କରିଥିଲେ ପରିବାର ଲୋକେ ।
Powered by Froala Editor