କୋର୍ଟ ମ୍ୟାରେଜ କରିଥିଲେ, ଏବେ ବେଦୀରେ ବାହା ହେବେ ପାଣ୍ଡ୍ୟା
ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ତଥା ଭାରତୀୟ ଯୁବ କ୍ରିକେଟ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି। ତେବେ ସେ ଆଉ କାହା ସହ ନୁହେଁ ନିଜ ପତ୍ନୀ ନତାଶା ଷ୍ଟେନକୋଭିକଙ୍କୁ ପୁଣିଥରେ ପିନ୍ଧାଇବେ ବରଣମାଲା। ସେ ନିଜ ବିବାହ ପାଇଁ ଉଦୟପୁରକୁ ବାଛିଛନ୍ତି। ଭାଲେଣ୍ଟାଇନ୍ସ ଡେ'ର ବିଶେଷ ଉତ୍ସବରେ ପାଣ୍ଡ୍ୟା ଏବଂ ନତାଶା ବିବାହ ବନ୍ଧନରେ ବାନ୍ଧିବାକୁ ଯାଉଛନ୍ତି।
୨୦୨୦ରେ କରୋନା ଲକଡାଉନ୍ ବେଳେ ନତାଶା ଓ ହାର୍ଦ୍ଦିକ ଗୁପ୍ତ ଭାବେ ବିବାହ କରିଥିଲେ। ଭଭୟ କୋର୍ଟ ମ୍ୟାରେଜ କରିଥିଲେ। ଏକ ସାକ୍ଷାତକାର୍ରେ ଏନେଇ ହାର୍ଦ୍ଦିକ ଖୁଲାସା କରିଥିଲେ। ଏହାପରେ ପୁଅ ଅଗସ୍ତ୍ୟା ଜନ୍ମ ନେଇଥିଲା। ବର୍ତ୍ତମାନ ସେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିବାକୁ ଚାହୁଁଛନ୍ତି।
ତେଣୁ ପ୍ରସିଦ୍ଧ ସହର ଉଦୟପୁରର ଏକ ରିସୋର୍ଟରେ ଦୁହେଁ ବିବାହ କରିବେ ବୋଲି ଜଣାପଡିଛି। ସେମାନଙ୍କର ବିବାହ କାର୍ଯ୍ୟକ୍ରମ ଫେବୃଆରୀ ୧୬ ପର୍ଯ୍ୟନ୍ତ ଚାଲିବ।
Powered by Froala Editor