ଇଟା, ପଥର ତଳେ ବଞ୍ଚିବାକୁ ସଂଘର୍ଷ : ୧୦ ଦିନ ପରେ ୨ ମାସର ଶିଶୁ ଉଦ୍ଧାର

ତୁର୍କୀ ଏବଂ ସିରିଆରେ ଭୂକମ୍ପରେ ମୃତକଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୩୩,୦୦୦ରୁ ଅଧିକ ହୋଇସାରିଛି । ଅନ୍ୟପଟେ ଭୂକମ୍ପର ୧୨୨ ଘଣ୍ଟା ପରେ ତିନି ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରାଯିବା କୌଣସି ଚମତ୍କାରରୁ କମ ନୁହେଁ । ଏହି ସମୟରେ ନିରନ୍ତର ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି। ଧ୍ବଂସସ୍ତୂପ ତଳେ ପୋତି ହୋଇଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀଦଳମାନେ ଦିନରାତି କାର୍ଯ୍ୟ କରୁଛନ୍ତି। ବିନାଶ ଏବଂ ନିରାଶା ମଧ୍ୟରେ, ଧ୍ବଂସସ୍ତୂପ ତଳୁ ପ୍ରାୟ ୧୨୮ ଘଣ୍ଟା ପରେ ଦୁଇ ମାସର ଶିଶୁକୁ ଉଦ୍ଧାର କରାଯାଇଛି । ତୁର୍କୀରେ ଉଦ୍ଧାର କାର୍ଯ୍ୟ ସମୟରେ, ‘ରଖିଲେ ଶିବ ମାରିବ କିଏ’ ପ୍ରବାଦ ସତ୍ୟ ବୋଲି ପ୍ରମାଣିତ ହେଉଛି | ତୁର୍କୀର ହାଟେରେ ଶନିବାର ଦିନ ଦୁଇ ମାସର ଶିଶୁକୁ ଧ୍ବଂସସ୍ତୂପ ତଳୁ ଉଦ୍ଧାର କରାଯାଇଥିଲା।
ଗତକାଲି ମଧ୍ୟ ଉଦ୍ଧାରକାରୀ ଦଳ ୯୦ ଘଣ୍ଟା ପରେ ଏକ ୧୦ ଦିନର ଶିଶୁ ଓ ତା’ ମାଆକୁ ଧ୍ବଂସସ୍ତୂପ ତଳୁ ଜୀବନ୍ତ ଉଦ୍ଧାର କରିଛନ୍ତି। ତୁର୍କୀର ଦକ୍ଷିଣାଞ୍ଚଳସ୍ଥ ହାତୟ ପ୍ରଦେଶର ଏକ ଭୁଶୁଡ଼ିପଡ଼ିଥିବା କୋଠା ତଳେ ଫସି ରହିଥିବା ୧୦ ଦିନର ଶିଶୁ ୟାଗିଜ ଉଲାସକୁ ଉଦ୍ଧାର କରାଯାଇଛି। ଇଟା ଓ ପଥରର ଗୁଣ୍ଡ ଭିତରେ ପିଲାଟି ସହ ତା’ର ମାଆ ଚାପିହୋଇ ରହିଥିବା ବେଳେ ଉଦ୍ଧାରକାରୀ ଦଳ ସେମାନଙ୍କୁ ଉଦ୍ଧାର କରିଥିଲେ।
Powered by Froala Editor