ବଢୁଛି ଭୂକମ୍ପ ଭୟ : ତୁର୍କୀ ପରେ ଥରିଲା ଆସାମ
ତୁର୍କୀ ପରେ ଏବେ ଆସାମର ନଗାଓଁରେ ଭୂମିକମ୍ପ ହୋଇଥିବା ସୂଚନା ମିଳିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪ ରେକର୍ଡ଼ କରାଯାଇଛି । ତେବେ ଭୂକମ୍ପ କାରଣରୁ କ୍ଷୟକ୍ଷତିର ରିପୋର୍ଟ ଜଣାପଡ଼ି ନାହିଁ। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଅନୁଯାୟୀ ନଗାଓଁରେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪ଥିଲା ବୋଲି କୁହାଯାଉଛି। ଆଜି ଅପରାହ୍ନ ୪.୧୮ ସମୟରେ ଏହି ଭୂକମ୍ପ ହୋଇଥିବା କହିଛି ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି। ଏହାର ଗୋଟିଏ ଦିନ ପୂର୍ବରୁ ଗୁଜରାଟର ସୁରଟ ଜିଲ୍ଲାରେ ୩.୮ତୀବ୍ରତାର ଭୂକମ୍ପ ହୋଇଥିଲା। ଏହି ଭୂକମ୍ପ ମଧ୍ୟରାତ୍ରୀ ୧୨.୫୨ ରେ ହୋଇଥିଲା।
ତେବେ ଦକ୍ଷିଣ ତୁର୍କୀ ଏବଂ ଉତ୍ତର ସିରିୟାରେ ଆସିଥିବା ପ୍ରଳୟଙ୍କରୀ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ୨୮ ହଜାର ଟପିଯାଇଛି। ଉଭୟ ତୁର୍କୀ ଏବଂ ସିରିୟାରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କିନ୍ତୁ ଏବେ ବି ଧ୍ବଂସାବଶେଷ ତଳେ ହଜାର ହଜାର ଲୋକ ପୋତି ହୋଇ ରହିଛନ୍ତି।
Powered by Froala Editor