୧୬ରେ ଦିଲ୍ଲୀ ମେୟର ନିର୍ବଚାନ
ପ୍ରବଳ ହଟ୍ଟଗୋଳ ପରେ ଆସନ୍ତା ୧୬ରେ ହେବ ଦିଲ୍ଲୀ ମେୟର ନିର୍ବାଚନ। ଏନେଇ ଗ୍ରୀନ୍ ସିଗ୍ନାଲ ଦେଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସାକ୍ସେନା। ଫେବ୍ରୁଆରି ୧୬ ତାରିଖ, ଗୁରୁବାର ଦିନ ମେୟର୍ ନିର୍ବାଚନ କରାଇବା ଲାଗି ଆଜି ସକାଳେ ଉପରାଜ୍ୟପାଳ ଭି. କେ. ସାକ୍ସେନା ‘ଆପ୍’ର ପ୍ରସ୍ତାବ ଗ୍ରହଣ କରିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଦେଇଥିବା ପ୍ରସ୍ତାବକୁ ସେ ମଞ୍ଜୁରୀ ପ୍ରଦାନ କରିଛନ୍ତି।
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ସୁପାରିଶ ଅନୁଯାୟୀ ଫେବ୍ରୁଆରୀ ୧୬ରେ ମେୟର, ଡେପୁଟି ମେୟର ନିର୍ବାଚନ ପାଇଁ ଡକ୍ଟର ଏସପି ମୁଖାର୍ଜୀ ସିଭିକ ସେଣ୍ଟରରେ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେଶନ ବୈଠକ କରିବାର ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛି। ମେୟର ଏବଂ ଷ୍ଟାଣ୍ଡିଂ କମିଟିର ୬ ଜଣ ସଦସ୍ୟ ଏହାପୂର୍ବରୁ ଦିଲ୍ଲୀ ସରକାର ଏବଂ ଏମସିଡି ଫେବ୍ରୁଆରୀ ୧୬କୁ ମେୟର, ଡେପୁଟି ମେୟର ଏବଂ ଷ୍ଟାଣ୍ଡିଂ କମିଟିର ସଦସ୍ୟଙ୍କ ପାଇଁ ନିର୍ବାଚନ ତାରିଖ ଭାବରେ ସ୍ଥିର କରିଥିଲେ। ଏହି ପ୍ରସ୍ତାବର ଚୂଡ଼ାନ୍ତ ଅନୁମୋଦନ ପାଇଁ ଦିଲ୍ଲୀ ଉପରାଜ୍ୟପାଳଙ୍କ ପାଖକୁ ପଠାଯାଇଥିଲା।
ପୂର୍ବରୁ ହଙ୍ଗାମା କାରଣରୁ ଦିଲ୍ଲୀର ମେୟର ନିର୍ବାଚନ ପ୍ରୟାସ ୩ ଥର ବିଫଳ ହୋଇଥିଲା। ଫେବ୍ରୁଆରୀ ୧୩ ଏବଂ ୧୪ ରେ ମେୟର ନିର୍ବାଚନ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କୁ କହିଥିଲେ। ତେବେ, ଏମସିଡି କହିଥିଲା ଯେ ଏହାସହ ଜଡିତ ଏକ ମାମଲା ଫେବ୍ରୁଆରୀ ୧୩ରେ ସୁପ୍ରିମକୋର୍ଟରେ ଶୁଣାଣି ପାଇଁ ବିଚାରାଧୀନ ଅଛି। ଏହାପରେ ମେୟର ନିର୍ବାଚନ ଟଳି ଥିଲା।
Powered by Froala Editor