ଆଶ୍ଚର୍ୟ୍ୟଜନକ ଘଟଣା: ପୁତ୍ର ସନ୍ତାନକୁ ଜନ୍ମ ଦେଲେ ଟ୍ରାନ୍ସଜେଣ୍ଡର କପଲ୍
କେରଳ: ଅସମ୍ଭବକୁ ସମ୍ଭବ କରିଦେଖାଇଛି ଡାକ୍ତରୀ ବିଜ୍ଞାନ ।କେରଳର ଜଣେ ଟ୍ରାନ୍ସଜେଣ୍ଡର କପଲ୍ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମଦେବା ପରେ ଏପରି ଆଶ୍ଚର୍ୟ୍ୟଜନକ ଘଟଣା ସାମ୍ନାକୁ ଆସିଛି ।
ଏମାନେ ହେଉଛନ୍ତି ଭାରତର ପ୍ରଥମ ଟ୍ରାନ୍ସ କପଲ୍ ଯେଉଁମାନେ ପୁତ୍ର ସନ୍ତାନର ପିତା ମାତା ହୋଇଛନ୍ତି । ଏହି ଦମ୍ପତ୍ତି ବୁଧବାର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । କିଛି ଦିନ ତଳେ ଏହି ଦମ୍ପତ୍ତି ମଧ୍ୟ ସେମାନଙ୍କର ଗର୍ଭଧାରଣ ବିଷୟରେ ସୂଚନା ସାର୍ବଜନୀନ କରିଥିଲେ ।
ସୂଚନା ଥାଉକି, ଏହି ଟ୍ରାନ୍ସଜେଣ୍ଡର କପଲ୍ କେରଳର ବାସିନ୍ଦା ।
ସରକାରୀ ମେଡିକାଲ କଲେଜରେ ଅପରେସନ୍ ମାଧ୍ୟମରେ ଶିଶୁଟିଏ ଜନ୍ମ ହୋଇଛି । ପାଉଲ କହିଛନ୍ତି ବର୍ତ୍ତମାନ ଉଭୟ ଜହଦ ଓ ପିଲା ସୁସ୍ଥ ଅଛନ୍ତି । ତଥାପି, ଶିଶୁର ଲିଙ୍ଗ ପରିଚୟ ଏପର୍ୟ୍ୟନ୍ତ ସାର୍ବଜନୀନ ହୋଇନାହିଁ । ବର୍ତ୍ତମାନ ଏହାକୁ ଆମେ ସାର୍ବଜନୀନ କରିବାକୁ ଚାହୁଁନାହୁଁ । ସମୟ ଆସିବା ପରେ ସବୁକିଛି ଘୋଷଣା ହେବ ।
ଏହାପୂର୍ବରୁ ପାଭଲ ଇନଷ୍ଟାଗ୍ରାମରେ ତାଙ୍କ ସାଥୀ ଜହାଦ ଆଠ ମାସର ଗର୍ଭବତୀ ଥିବା ସୂଚନା ସେୟାର କରିଥିଲେ । ଏହି ଦମ୍ପତ୍ତି ଗତ ତିନିବର୍ଷ ଧରି ଏକାଠି ରହୁଥିଲେ । ଏହି ଦମ୍ପତ୍ତି କେରଳର କୋଜିକୋଡେ ନିବାସୀ । ସେମାନେ ଏକ ଟ୍ରାନ୍ସଜେଣ୍ଡର ଦମ୍ପତ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୩ ବର୍ଷୀୟ ସାହାଦ ଏବଂ ୨୧ ବର୍ଷୀୟ ଟ୍ରାନ୍ସ ମହିଳା ଜିଆ ଗତ ତିନିବର୍ଷ ଧରି ଏକାଠି ରହୁଛନ୍ତି ।
Powered by Froala Editor