ରାଜ୍ୟରେ ୧୧୧୦୮ କରୋନା ଆକ୍ରାନ୍ତ
ଭୁବନେଶ୍ୱର : ରାଜ୍ୟରେ ଆଉ ୧୧୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୬୨୧୯ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୪୮୮୯ ଜଣ ସଂକ୍ରମିତ ହୋଇଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୮୬୪, ବାଲେଶ୍ୱରରେ ୫୦୯, ବରଗଡରେ ୩୩୯, ଭଦ୍ରକରେ ୪୮୯, ବଲାଙ୍ଗୀରରେ ୨୯୮, ବୌଦ୍ଧରେ ୨୭୩, କଟକରେ ୯୪୪, ଦେବଗଡ଼ରେ ୧୨୫, ଢେଙ୍କାନାଳରେ ୧୩୧, ଗଜପତିରେ ୧୫୭, ଗଞ୍ଜାମରେ ୨୧୪, ଜଗତସିଂହପୁରରେ ୩୧୮, ଯାଜପୁରରେ ୩୯୬, ଝାରସୁଗୁଡ଼ାରେ ୧୧୩, କଳାହାଣ୍ଡିରେ ୩୯, କନ୍ଧମାଳରେ ୧୩୨, କେନ୍ଦ୍ରାପଡାରେ ୧୫୦, କେନ୍ଦୁଝରରେ ୧୬୯, ଖୋର୍ଦ୍ଧାରେ ୧୪୫୧, କୋରାପୁଟରେ ୨୫୧, ମାଲକାନାଗିରିରେ ୧୦୦, ମୟୂରଭଞ୍ଜରେ ୬୩୫, ନବରଙ୍ଗପୁରରେ ୩୫୭, ନୟାଗଡରେ ୩୩୨, ନୂଆପଡାରେ ୧୧୪, ପୁରୀରେ ୪୭୩, ରାୟଗଡାରେ ୨୦୯, ସମ୍ବଲପୁରରେ ୩୮୪, ସୋନପୁରରେ ୧୮୦, ସୁନ୍ଦରଗଡରେ ୭୦୮ ଓ ରାଜ୍ୟ ପୁଲରେ ୨୫୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏଯାବତ ରାଜ୍ୟରେ ୬ ଲକ୍ଷ ୭୯ ହଜାର ୫୩୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୬୭ ହଜାର ୩୮୨ ଜଣ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ୧ ଲକ୍ଷ ୯ ହଜାର ୬୩୯ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି ।
Powered by Froala Editor