ଶିମିଳିପାଳରେ ଭଞ୍ଜସେନା ପକ୍ଷରୁ ୯ଘଣ୍ଟିଆ ହରତାଳ
ଭୁବନେଶ୍ୱର: ଶିମିଳିପାଳରେ ବଢି ଚାଲିଥିବା ଶିକାରକୁ ବିରୋଧ । ଭଞ୍ଜସେନା ପକ୍ଷରୁ ୯ଘଣ୍ଟିଆ ହରତାଳ କରାଯାଉଛି । ସକାଳ ୮ ଘଟିକା ଠାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ ଘଟଣା ଯାଏଁ ହରତାଳ କରାଯିବ । ମୟୁରଭଞ୍ଜ ମଧ୍ୟଦେଇ ଯାଉଥିବା ଜାତୀୟ ରାଜପଥ ଏନଏଚ୍-୪୯, ଏନଏଚ୍-୧୮ ଓ ରାଜ୍ୟ ରାଜପଥ ଉଦଳା-ବାରିପଦା, କରଞ୍ଜିଆ -ଠାକୁରମୁଣ୍ଡା ରାସ୍ତା ଉପରେ ହରତାଳ କରାଯାଉଛି ।
ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟକ୍ରମ ଅନୁସାରେ ଆଜି ସକାଳ ୮ଟାରୁ ଭଞ୍ଜସେନା ପକ୍ଷରୁ ମୟୁରଭଞ୍ଜ ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ୧୮ ଓ ୪୯ନଂ ଏବଂ ରାଜ୍ୟ ରାଜପଥ ଉଦଳା-ବାରିପଦା, କରଞ୍ଜିଆ -ଠାକୁରମୁଣ୍ଡା ରାସ୍ତା ଉପରେ ହରତାଳ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହନ ଅଟକି ରହିଛି । ପାଲବଣି, ଦାନ୍ତିଆମୁହାଁ, ଝାରପୋଖରିଆ, ବାଙ୍ଗିରିପୋଷି, ବିଶୋଇ, କରଞ୍ଜିଆ, ଯଶିପୁର, ଠାକୁରମୁଣ୍ଡା, ଉଦଳା, ଡୁକୁରା ଓ ଅସ୍ତିଆ ଠାରେ ସେନାର ସଦସ୍ୟ କର୍ମକର୍ତ୍ତାଙ୍କ ନେତୃତ୍ବରେ ହରତାଳ ଜାରି ରହିଛି ବୋଲି ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା କହିଛନ୍ତି ।
Powered by Froala Editor