କରୋନାରେ ପରିବେଶବିତ୍ ପଦ୍ମ ବିଭୂଷଣ ସୁନ୍ଦର ଲାଲ ବହୁଗୁଣାଙ୍କ ଦେହାନ୍ତ

ପ୍ରଖ୍ୟାତ ପରିବେଶବିତ୍ ତଥା ପଦ୍ମ ବିଭୂଷଣ ସୁନ୍ଦର ଲାଲ ବହୁଗୁଣା ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ଆଜି ଆଖି ବୁଜିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ଋଶିକେଶ ସ୍ଥିତି ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ୧୦ ଦିନ କାଳ କରୋନା ସହ ଲଢ଼େଇ କରିବା ପରେ ଆଜି ତାଙ୍କର ଦେହାନ୍ତ ହୋଇଛି ।
ଚିପକୋ ମୁଭମେଣ୍ଟର ଅନ୍ୟତମ ନେତା ସୁନ୍ଦରଲାଲ ହିମାଳୟରେ ଥିବା ଜଙ୍ଗଲଗୁଡ଼ିକର ସଂରକ୍ଷଣ ପାଇଁ ଦୀର୍ଘ ବର୍ଷ ହେଲା ଲଢ଼େଇ କରୁଥିଲେ । ୧୯୭୦ ମସିହା ଚିପକୋ ମୁଭମେଣ୍ଟ ଓ ୧୯୮୦ର ତେହରି ଡ୍ୟାମ ବିରୋଧୀ ଆନ୍ଦୋଳନରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଘରୱାଲି ପରିବେଶବିତ ଓ ଚିପକୋ ମୁଭମେଣ୍ଟର ଅନ୍ୟତମ ନେତା ସୁନ୍ଦରଲାଲ ହିମାଳୟରେ ଥିବା ଜଙ୍ଗଲଗୁଡ଼ିକର ସଂରକ୍ଷଣ ପାଇଁ ଦୀର୍ଘ ବର୍ଷ ହେଲା ଲଢ଼େଇ କରୁଥିଲେ। ୧୯୭୦ ମସିହା ଚିପକୋ ମୁଭମେଣ୍ଟ ଓ ୧୯୮୦ର ତେହରି ଡ୍ୟାମ ବିରୋଧୀ ଆନ୍ଦୋଳନରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ପରିବେଶ ସୁରକ୍ଷା ପାଇଁ ସେ ତାଙ୍କ ଜୀବନକୁ ଉର୍ତ୍ସଗ କରିଥିବାରୁ ତାଙ୍କୁ ଭାରତ ସରକାର ୧୯୮୧ରେ ପଦ୍ମଶ୍ରୀ ଓ ୨୦୦୯ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ।
Powered by Froala Editor