ବିକ୍ରାନ୍ତରେ ଅବତରଣ କଲା ଏୟାରକ୍ରାଫ ତେଜସ୍ର ନାଭାଲ ଭାରିଆଣ୍ଟ
ସୋମବାର ଭାରତୀୟ ନୌସେନା ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। ଏୟାରକ୍ରାଫ ତେଜସ୍ର ନାଭାଲ ଭାରିଆଣ୍ଟ ଦେଶର ପ୍ରଥମ ସ୍ବଦେଶୀ ଯୁଦ୍ଧ ବିମାନ ପରିବହନ କରୁଥିବା ଆଇଏନ୍ଏସ୍ ବିକ୍ରାନ୍ତରେ ସଫଳତାର ସହ ଅବତରଣ କରିଛି। ଆଇଏନ୍ଏସ୍ ବିକ୍ରାନ୍ତ ଏବଂ ଏଲ୍ସିଏର ଡିଜାଇନ୍ ଭାରତରେ ଏହା ନିର୍ମିତ କରାଯାଇଛି।
ଗତ ବର୍ଷ ସେପ୍ଟେମ୍ବର ୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଥମ ସ୍ୱଦେଶୀ ବିମାନବାହୀ ଯୁଦ୍ଧପୋତକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ସାମୁଦ୍ରିକ ପରୀକ୍ଷଣର ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟକୁ ସଫଳତାର ସହ ସମାପ୍ତ କରିବା ପରେ ଜୁଲାଇ ୨୮ରେ ଭାରତୀୟ ନୌସେନା ଦ୍ୱାରା କୋଚିନ ସିପୟାର୍ଡଠାରୁ ଏହି ଯୁଦ୍ଧପୋତକୁ ଗ୍ରହଣ କରାଯାଇଥିଲା ।
ଏନେଇ ନୌସେନା ମୁଖପାତ୍ର ସି.ଡି.ଆର୍ ବିବେକ ମାଧୱାଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହା ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ। ଏହି ଯୁଦ୍ଧ ବିମାନ ଭାରତର ଦକ୍ଷତାକୁ ଦର୍ଶାଉଛି ବୋଲି ସେ କହିଛନ୍ତି।
Powered by Froala Editor