ପୁଣି ଅଟକିଲା ମେୟର ନିର୍ବାଚନ
ହଙ୍ଗାମା ଯୋଗୁ ଆଜି ତୃତୀୟ ଥର ଲାଗି ଦିଲ୍ଲୀରେ ପୁଣି ଅଟକିଲା ମେୟର ନିର୍ବାଚନ ସ୍ଥଗିତ ରଖାଯାଇଛି । ମେୟର, ଡେପୁଟି ମେୟର ଭୋଟିଂ ପାଇଁ ଉପରାଜ୍ୟପାଳ ୧୦ ମନୋନୀତ କାଉନସିଲରଙ୍କୁ ଅନୁମତି ଦେବାକୁ ନେଇ ପ୍ରତିବାଦ କରିଥିଲା ଆମ ଆଦମୀ ପାର୍ଟି । ଉପରାଜ୍ୟପାଳ ଭୋଟିଂ ନିୟମରେ ପରିବର୍ତ୍ତନ କରିବାକୁ ନେଇ ଜୋରଦାର ହଙ୍ଗାମା ପରେ ନିର୍ବାଚନକୁ ସ୍ଥଗିତ ରଖିଦିଆଯାଇଛି । ପୂର୍ବରୁ ମଧ୍ୟ ସମାନ କାରଣ ପାଇଁ ୨ ଥର ଦିଲ୍ଲୀ ମେୟର ନିର୍ବାଚନ ସ୍ଥଗିତ ରହିଥିଲା। ଏବେ ତୃତୀୟ ଥର ଭୋଟ ଗ୍ରହଣ ପୂର୍ବରୁ ଗୃହ କାର୍ଯକୁ ବନ୍ଦ କରାଯାଇଛି।
ଉପ ରାଜ୍ୟପାଳ ଭିକେ ସକ୍ସେନା ମନୋନୀତ କରିଥିବା ୧୦ ଜଣ ସଦସ୍ୟଙ୍କୁ ମେୟର ନିର୍ବାଚନରେ ଭୋଟ ଦେବାକୁ ଅଧିକାର ମିଳିଛି। ଏହାକୁ ଆପ୍ ସଦସ୍ୟମାନେ ବିରୋଧ କରିବାରୁ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଶେଷରେ ପ୍ରିଜାଇଡିଂ ଅଫିସର ବିନା ଭୋଟରେ ଗୃହ କାର୍ଯ୍ୟକୁ ମୁଲତବୀ ଘୋଷଣା କରିଥିଲେ।
୧୮ ସଦସ୍ୟ ବିଶିଷ୍ଟ ଷ୍ଟାଣ୍ଡିଂ କମିଟିର ୬ଟି ପଦ ପାଇଁ ଭୋଟ ହେବାର ଅଛି। ଏଥିରୁ ଆପ୍ ୩ଟି ଓ ବିଜେପି ବେଶ ଆରାମରେ ଦୁଇଟି ପଦ ଜିତିବେ। କିନ୍ତୁ ୬ଷ୍ଠ ପଦରେ ଲଢ଼େଇ ହେବ।
Powered by Froala Editor