ପତ୍ନୀଙ୍କୁ ତାୱା ମାରି ମୁଣ୍ଡ ଫଟାଇଲେ ପୂର୍ବତନ କ୍ରିକେଟର
ମୁମ୍ବାଇ ପୁଲିସ ପୂର୍ବତନ ଭାରତୀୟ କ୍ରିକେଟ୍ ଖେଳାଳି ବିନୋଦ କାମ୍ବ୍ଲିଙ୍କ ନାମରେ ମାମଲା ରୁଜୁ କରିଛି। ସେ ମଦ ପିଇ ନିଜ ପତ୍ନୀଙ୍କୁ ମାରପିଟ୍ କରିଥିବା ଅଭିଯୋଗ ହୋଇଛି। ଏନେଇ ମୁମ୍ବାଇର ବାନ୍ଦ୍ରା ପୁଲିସ ଷ୍ଟେସନରେ ତାଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି। ବାନ୍ଦ୍ରା ପୁଲିସ ବନୋଦ କାମ୍ବଲିଙ୍କ ସ୍ତ୍ରୀ ଏଣ୍ଡ୍ରିୟାଙ୍କ ବୟାନ ଆଧାରରେ ଆଇପିସି ଧାରା ୩୨୪ ଓ ୫୦୪ ଜରିଆରେ ମାମଲା ରୁଜୁ କରିଛି ତଦନ୍ତ ଆରମ୍ଭ କରିଛି।
ନିଶାସକ୍ତ ଅବସ୍ଥାରେ ଶୁକ୍ରବାର ଦିନ ବାନ୍ଦ୍ରା ଫ୍ଲାଟ୍ରେ କାମ୍ବ୍ଲି ତାଙ୍କୁ ଗାଳିଗୁଲଜ ଦେବା ସହିତ ମାରଧର କରିଥିଲେ ବୋଲି ଦାଏର କରିଥିବା ଅଭିଯୋଗରେ ପତ୍ନୀ ଏଣ୍ଡ୍ରିୟା ହିୱିଟ୍ ଉଲ୍ଲେଖ କରିଛନ୍ତି। ପତ୍ନୀ ଏଣ୍ଡ୍ରିୟା ଅଭିଯୋଗ କରିଛନ୍ତି ଯେ, କାମ୍ବ୍ଲି ଗୋଟାଏ ତାୱା ହ୍ୟାଣ୍ଡଲ୍ ଫିଙ୍ଗିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି।
ସୂଚନା ଅନୁସାରେ, ଶୁକ୍ରବାର ଦିନ ୧ରୁ ୧.୩୦ ମଧ୍ୟରେ ଘଟଣାଟି ଘଟିଥିଲା। ସେତେବେଳେ ନିଶାସକ୍ତ ଅବସ୍ଥାରେ କାମ୍ବ୍ଲି ବାନ୍ଦ୍ରା ଫ୍ଲାଟ୍ରେ ପହଞ୍ଚି ପତ୍ନୀଙ୍କୁ ଗାଳିଗୁଲଜ କରିଥିଲେ। ସେତେବେଳେ ଘରେ ଉପସ୍ଥିତ ଥିବା ସେମାନଙ୍କ ୧୨ ବର୍ଷିୟ ପୁଅ ହସ୍ତକ୍ଷପ କରି ଝଗଡ଼ା ବନ୍ଦ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ, କାମ୍ବ୍ଲି ରୋଷଇ ଘରକୁ ଧାଇଁ ଯାଇ ଗୋଟାଏ ଭଙ୍ଗା ତାୱା ହ୍ୟାଣ୍ଡେଲ୍ ଉଠାଇ ପତ୍ନୀଙ୍କ ଉପରକୁ ଫିଙ୍ଗିଥିଲେ। କେବଳ ସେତିକି ନୁହେଁ କ୍ରିକେଟ ବ୍ୟାଟ୍ରେ ମଧ୍ୟ ବିନୋଦ ତାଙ୍କ ଉପରକୁ ଆକ୍ରମଣ କରିଛନ୍ତି। ଏହି କାରଣରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ସେ କହିଛନ୍ତି। ପୁଲିସ ଏହି ଅଭିଯୋଗକୁ ଭିତ୍ତି କରି ଏକ ପ୍ରାଥମିକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
Powered by Froala Editor