ବୋମା ଫିଙ୍ଗି ଟିଏମ୍ସି ନେତାଙ୍କୁ ମାରିଦେଲେ
ପଶ୍ଚିମବଙ୍ଗର ବୀରଭୂମିରେ ବୋମାମାଡ଼ କରି ତ୍ରୁଣମୂଳ କଂଗ୍ରେସ( ଟିଏମ୍ସି)ର ନେତାଙ୍କୁ ହତ୍ୟା କରାଯାଇଛି। ଏହି ବିସ୍ଫୋରଣରେ ଶାସକ ଦଳର ପଞ୍ଚାୟତ ମୁଖିଆଙ୍କ ଭାଇ ସହ ଅନ୍ୟ ଜଣେ ମଧ୍ୟ ଆହତ ହୋଇଛନ୍ତି। ମୃତ ଟିଏମ୍ସି ନେତାଙ୍କ ପରିଚୟ ନ୍ୟୁଟନ୍ ଶେଖ ବୋଲି ଜଣାପଡିଛି। ବୋମାମାଡ଼ରେ ଗୁରୁତର ଆହତ ହୋଇଥିବା ଦୁଇଙ୍କ ମଧ୍ୟରୁ ଜଣେ ତ୍ରୁଣମୂଳ କଂଗ୍ରେସ ନେତା ଲାଲୁ ଶେଖ ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ଜଣଙ୍କ ନାମ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସୁଜାଦୁଦ୍ଦିନ ଶେଖ ତାଙ୍କର ଦୁଇ ପୁଅ ଲକି ଏବଂ ରାଜା ସମ୍ପୃକ୍ତ ଥିବା ପୁଲିସ କହିଛି।
ଏହି ବୋମାମାଡ଼ କାରଣ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିଲା। ପ୍ରାଣ ହରାଇଥିବା ଟିଏମସି ନେତା ନ୍ୟୁଟନ୍ ଶେଖଙ୍କ ସମ୍ପର୍କୀୟମାନେ ପ୍ରତିଶୋଧ ନେବାକୁ ନ୍ୟୁଟନଙ୍କ ଉପରେ ଏହି ବୋମାମାଡ଼ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି।
ଟିଏମସି ନେତା ନ୍ୟୁଟନ୍ ଶେଖଙ୍କ ପୁତୁରା ଫିରାଜୁଲ ଇସଲାମ ପୁଲିସକୁ କହିଛନ୍ତି ଯେ, ‘ ତାଙ୍କ ଦାଦାଙ୍କୁ ରାଜନୈତିକ ଶତ୍ରୁତା ଯୋଗୁଁ ହତ୍ୟା କରାଯାଇଛି। ତେଣୁ ଦୋଷୀଙ୍କୁ ଏହି ଘଟଣାରେ କଡ଼ାରୁ କଡ଼ା ଶାସ୍ତି ମିଳିଲେ ହିଁ ଦାଦାଙ୍କ ଆତ୍ମାକୁ ଶାନ୍ତି ମିଳିବ।’
Powered by Froala Editor