ବିବାହରେ ଟଙ୍କା ଖର୍ଚ୍ଚ ନକରି ଅନାଥ ପିଲାଙ୍କ ପଢା ଦାୟିତ୍ୱ ନେଲେ ଏହି ନବଦମ୍ପତି
ସତରେ ଯିଏ ଶୁଣୁଛି ପ୍ରଶଂସା କରୁଛି ଏହି ଦମ୍ପତିଙ୍କୁ । ବିବାହରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ନକରି ଅନାଥ ପିଲାଙ୍କ ପାଠପଢା ଦାୟିତ୍ୱ ମୁଣ୍ଡାଇଛନ୍ତି । ଏମିତି ଚିନ୍ତାଧାରାକୁ ସମସ୍ତେ ସଲାମ କରିଛନ୍ତି । ଏହି ଦମ୍ପତି ହେଉଛନ୍ତି ଭାରତୀୟ ଡ଼ାକସେବାର ଅଧିକାରୀ ଶିବମ୍ ତ୍ୟାଗୀ ଓ ଭାରତୀୟ ରାଜସ୍ବ ସେବାର ଅଧିକାରୀ ଥିବା ଆର୍ଯ୍ୟା ନାୟର । ଉଭୟ ଜାନୁୟାରୀ ୨୭ ତାରିଖରେ କେରଳର କୋଟ୍ଟାୟମରେ ବିବାହ କରିଛନ୍ତି ।
ହେଲେ ବିବାହ ପରେ ଦମ୍ପତି ଏମିତି ଏକ ଶପଥ ନେଇଛନ୍ତି ଯାହାକୁ ନେଇ ଦୁହିଁଙ୍କ ପରିବାର ମଧ୍ୟରେ ଏବେ ଆଲୋଚନା ଜୋର ଧରିଛି । ଉଭୟ ନିଷ୍ପତ୍ତି ନେଇଥିଲେ ଯେ ବଡ ଆକାରରେ ବିବାହ ଉତ୍ସବ କରି ଟଙ୍କା ଖର୍ଚ୍ଚ କରିବେ ନାହିଁ ବରଂ ସେହି ଟଙ୍କା ସହ ନିଜ ଦରମାକୁ ମିଶାଇ ଏକ ଅନାଥାଶ୍ରମର ୨୦ ଜଣ ପିଲାଙ୍କ ପାଠପଢା ଖର୍ଚ୍ଚ ବହନ କରିବେ ।
୨୦୨୧ ବ୍ୟାଚର ଆଇଆରଏସ ଅଧିକାରୀ ଆର୍ଯ୍ୟା କହିଛନ୍ତି ମୋର ପିତାମାତା ସରକାରୀ ସେବାରୁ ଅବସର ନେଇଛନ୍ତି। ସେମାନେ ଅନେକ ବିବାହ କାର୍ଯ୍ୟରେ ଯୋଗ ଦେଇଥିବାରୁ ଏହା ସ୍ୱାଭାବିକ ଥିଲା ଯେ ସେ ସମସ୍ତଙ୍କୁ ନିମନ୍ତ୍ରଣ କରିବାକୁ ମଧ୍ୟ ଚାହୁଁଥିଲେ ।
ଶିବମ୍ କହିଛନ୍ତି, 'ଏକ ସରଳ ବିବାହର ଧାରଣା ଆର୍ଯ୍ୟାଙ୍କ ପାଖରୁ ଆସିଥିଲା। ମୋର ସମ୍ପର୍କୀୟମାନଙ୍କ ପାଇଁ ଏହା ଏକ ଝଟକା ଥିଲା କାରଣ ସେମାନେ ବିବାହ ଉତ୍ସବକୁ ଅପେକ୍ଷା କରିଥିଲେ । ପ୍ରଥମେ ସେମାନେ ଆମର ଏଭଳି ନିରାଡ଼ମ୍ବର ବିବାହକୁ ପସନ୍ଦ କରି ନଥିଲେ। କିନ୍ତୁ ବର୍ତ୍ତମାନ ସମସ୍ତେ ଆମକୁ ପ୍ରଶଂସା କରୁଛନ୍ତି।
Powered by Froala Editor