କୋଭାକ୍ସିନ ଠାରୁ କୋଭିସିଲଡର ପ୍ରଥମ ଡୋଜ ବେଶୀ ଫଳପ୍ରଦ

ଭୁବନେଶ୍ୱର : କରୋନା ମହାମାରୀର ମୁକାବିଲା ପାଇଁ ଟିକାକରଣ ବ୍ୟାପକ ହେବାରେ ଲାଗିଛି । ଓଡ଼ିଶାରେ ସମ୍ପ୍ରତି କୋଭାକ୍ସିନ ଓ କୋଭିସିଲଡ଼ ଟିକା ଦିଆଯାଉଥିବାବେଳେ କେଉଁ ଟିକା ଭଲ ତାହାକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । ତେବେ କୋଭାକ୍ସିନର ଦାମ କୋଭିସିଲଡ଼ ଠାରୁ ଅଧିକ ହୋଇଥିବାରୁ ତାହା ଭଲ ବୋଲି ଅନେକ କହୁଥିବାବେଳେ କୋଭାକ୍ସିନ ଠାରୁ କୋଭିସିଲଡର ଫାଷ୍ଟ ଡୋଜ ବେଶୀ ଫଳପ୍ରଦ ବୋଲି ଆଇସିଏମଆର ପକ୍ଷରୁ କୁହାଯାଇଛି ।
ଆଇସିଏମଆର ମୁଖ୍ୟ ଡକ୍ଟର ବଳରାମ ଭାର୍ଗବ କହିଛନ୍ତିଯେ, କୋଭିସିଲଡ଼ର ପ୍ରଥମ ଓ ଦ୍ୱିତୀୟ ଡୋଜ ବ୍ୟବଧାନ ୧୨ରୁ ୧୮ ସପ୍ତାହ କରାଯାଇଛି । କାହିଁକିନା ଏହାର ପ୍ରଥମ ଡୋଜ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିପାରୁଛି । କିନ୍ତୁ କୋଭାକ୍ସିନର ପ୍ରଥମ ଡୋଜରେ ରୋଗ ପ୍ରତିରୋଧକ ଶକ୍ତି କୋଭିସିଲଡ଼ ଭଳି ବୃଦ୍ଧି ପାଉନଥିବାରୁ ଏହାର ପ୍ରଥମ ଓ ଦ୍ୱିତୀୟ ଡୋଜ ବ୍ୟବଧାନ ୪ ସପ୍ତାହ ରହିଛି । ୪ ସପ୍ତାହ ପରେ କୋଭାକ୍ସିନର ଦ୍ୱିତୀୟ ଡୋଜ ନେବା ଭଲ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟଯେ, କୋଭିସିଲଡର ଡୋଜ ପିଛା ଦାମ ୪୦୦ ଟଙ୍କା ରହିଥିବାବେଳେ କୋଭାକ୍ସିନର ଦର ଡୋଜ ପିଛା ୬୦୦ ଟଙ୍କା ରହିଛି । ଯେତେବେଳେକି ବେସରକାରୀ ହସପିଟାଲ ପାଇଁ ଏହା ଯଥାକ୍ରମେ ୬୦୦ ଓ ୧୨ ଶହ ଟଙ୍କା ରହିଛି । ତେବେ ବିଶେଷଜ୍ଞଙ୍କ ମତରେ କୋଭିସିଲଡ଼ର ଦ୍ୱିତୀୟ ଡୋଜ ନେବା ପରେ ଏହା ୯୦% ଫଳପ୍ରଦ ହୋଇଥିବାବେଳେ କୋଭାକ୍ସିନ ଗୁରୁତର କୋଭିଡ଼-୧୯ ପାଇଁ ବି ଶତ ପ୍ରତିଶତ ଫଳପ୍ରଦ ହୋଇଥାଏ ।
Powered by Froala Editor