ମାତିଛି ବାଘ, ବେକକୁ ଝୁଣି ଖାଇଲା !
କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅନ୍ତର୍ଗତ ଭୀମକୁଣ୍ଡ ଅଞ୍ଚଳରେ ବାଘ ଆତଙ୍କ ନେଇ ଲୋକେ ଭୟଭୀତ ହୋଇପଡିଛନ୍ତି। ଗୁରୁବାର ରୋହିଣିଦୁମା ଗ୍ରାମର ଅନନ୍ତ ମାଝୀ ଓରଫ ସୋରେନ (୫୨) ଙ୍କ ରକ୍ତ ଜୁଡୁବୁଡୁ ମୃତ ଶରୀର ରାସ୍ତା କଡରେ ପଡିଥିବା ସୂଚନା ମିଳିଛି। ତାଙ୍କର ବେକରେ କ୍ଷତ ହୋଇଥିବା ବେଳେ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ବାଘ ବେକକୁ କାମୁଡି କ୍ଷତ ବିକ୍ଷତ କରି ପକାଇବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି ବୋଲି କୁହାଯାଉଛି ।
ଖବର ପାଇ ବନ ବିଭାଗର ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି । ଏହା ମହାବଳ ଆକ୍ରମଣ ନୁହଁ ଏବଂ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପାଟଣା ବନାଞ୍ଚଳ ଅଧିକାରୀ ଘାଷିନାଥ ପାତ୍ର ସୂଚନା ଦେଇଛନ୍ତି। ଖବର ପାଇ ଘଟଗାଁ ପୁଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଜାରି ରଖିଛି।
ଲୋକଙ୍କ କହିବାନୁଯାୟୀ, କିଛିଦିନ ହେବ ରହଣିଦୁମା,ପିଛୁଳାବେଡା, ମହୁଲଡିହା,ଆଦି ଗ୍ରାମ ର କେତେଜଣ ଲୋକଙ୍କ ମଇଁଷି ପଣ୍ଡା ଆଦି ଜଙ୍ଗଲ କୁ ଯାଇ ଫେରି ନଥିବା ଓ କିଛି ମଇଁଷି ପଣ୍ଡା କ୍ଷତ ବିକ୍ଷତ ଅବସ୍ଥାରେ ଘରକୁ ଫେରୁ ଥିବାରୁ ଏସବୁ ବାଘ ଆକ୍ରମଣ କରିଥିବା ଆଲୋଚନା ହେଉଛି। ତେବେ ପ୍ରକୃତ ଘଟଣା କଣ ତାହା ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ଜଣାପଡିବ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।
Powered by Froala Editor