୫ ବଗି ଛାଡ଼ି ପଳାଇଲା ଇଞ୍ଜିନ
ବିହାର ବେତିୟାରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଟଳିଯାଇଛି। ମୁଜଫରପୁର ନରକଟିଆଗଞ୍ଜର ବେତିୟା ରେଳ ଷ୍ଟେସନ ନିକଟରେ ସତ୍ୟାଗ୍ରହ ଏକ୍ସପ୍ରେସ ଟ୍ରେନ୍ର ଇଞ୍ଜିନରୁ ହଠାତ୍ ଅଲଗା ହୋଇଯାଇଛି ୫ଟି ବଗି। ଏହାପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ତେବେ ସୂଚନା ମିଳିବା ପରେ ରେଲଓ୍ୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଜାରି ରଖିଛନ୍ତି।
ସୂଚନା ମୁତାବକ, ସତ୍ୟାଗ୍ରହ ଏକ୍ସପ୍ରେସ ଟ୍ରେନ୍ରେ ଏକ ନୂଆ ବଗି ଯୋଡା ଯାଇଥିଲା। ରକ୍ସୌଲରୁ ମଝୌଲିଆ ନିକଟରେ ପହଞ୍ଚିବା ପରେ ଟ୍ରେନ୍ର ଇଞ୍ଜିନରୁ ହଠାତ୍ ପାଞ୍ଚଟି ବଗି ଅଲଗା ହୋଇଯାଇଥିଲା। ଏହାପରେ ବଗିକୁ ଛାଡି ଟ୍ରେନ୍ର ଇଞ୍ଜିନ ଅନେକ କିଲୋମିଟର ଯାଏ ଦୌଡି ଥିଲା। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି। ସୌଭାଗ୍ୟବଶତଃ ପାଞ୍ଚଟି ବଗି ଇଞ୍ଜିନରୁ ଅଲଗା ହୋଇଯାଇଥିଲେ ବି ବଗିଗୁଡିକ ଲାଇନ୍ଚ୍ୟୁତ ହୋଇନଥିଲା।
Powered by Froala Editor