ବଜେଟ୍ରେ ନୂଆ ନିଯୁକ୍ତି ସୃଷ୍ଟି କରିବାର ପ୍ରୟାସ କରାଯାଇ ନାହିଁ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ବୁଧବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ମୋଦୀ ସରକାରଙ୍କ ଶେଷ ତଥା ପୂର୍ଣ୍ଣାଙ୍ଗ ବଜେଟ ।
ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ବଜେଟ୍ରେ ଭବିଷ୍ୟତ ଭାରତ ଗଠନ ନିମନ୍ତେ କୌଣସି ଯୋଜନା ପ୍ରସ୍ତୁତ କରାଯାଇ ନାହିଁ। ଏଥିରେ ନୂଆ ନିଯୁକ୍ତି ସୃଷ୍ଟି କରିବା କିମ୍ବା ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବାର ପ୍ରୟାସ କରାଯାଇ ନାହିଁ। ସେହିପରି ସମାଜରେ ଧନୀ ଓ ଗରିବଙ୍କ ମଧ୍ୟରେ ପାର୍ଥକ୍ୟକୁ ଦୂର କରିବାକୁ ମଧ୍ୟ ପଦକ୍ଷେପ ନିଆଯାଇ ନାହିଁ। ୧ ପ୍ରତିଶତ ଧନୀ ପାଖରେ ଦେଶର ୪୦% ସମ୍ପତ୍ତି ରହିଛି। ଅଥଚ ୫୦% ଗରିବଙ୍କ ଠାରୁ ଦେଶର ମୋଟ ଜିଏସ୍ଟିର ୬୪% ଆଦାୟ କରାଯାଉଛି। ଦେଶର ୪୨% ଯୁବକ ବେକାର। ମାତ୍ର ପ୍ରଧାନମନ୍ତ୍ରୀ ଏହାକୁ ବଜେଟ୍ରେ ଧ୍ୟାନ ଦେଇ ନାହାନ୍ତି।
Powered by Froala Editor