ଗଣ୍ଡଗୋଳ କରିବା ପଡିଲା ମହଙ୍ଗା, ବିଧାୟକଙ୍କ ପୁଅ ଗିରଫ
ବଲାଙ୍ଗୀର : ସିନେମା ହଲରେ ଗଣ୍ଡଗୋଳ କରିବା ମହଙ୍ଗା ପଡିଲା। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂହ ସାଲୁଜାଙ୍କୁ ପୁଲିସ ଗିରଫ କରିଛି । ସେଜି ଆଲିଶାନ ସିନେମା ହଲରେ କେତେକ ବ୍ୟକ୍ତିଙ୍କ ସହ ଝଗଡା କରିଥିଲେ। ଏଥି ସହ ହାତାହାତି ହୋଇଥିଲେ । ଏହାର ଏକ ଭିଡିଓ ଭାଇରାଲ ହୋଇଥିଲା। ଭାଇରାଲ ଭିଡିଓ ଆଧାରରେ ପୁଲିସ ସେଜିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।
Powered by Froala Editor