ଏୟାର ମାର୍ଶଲ ଏ.ପି. ସିଂ ଭାରତୀୟ ବାୟୁସେନାର ନୂତନ ଉପାଧ୍ୟକ୍ଷ
ଭାରତୀୟ ବାୟୁସେନାର ନୂତନ ଉପାଧ୍ୟକ୍ଷ ଭାବେ ଏୟାର ମାର୍ଶଲ ଏ.ପି. ସିଂଙ୍କୁ ନିଯୁକ୍ତ କରାଯାଇଛି। ବାୟୁସେନା ଉପାଧ୍ୟକ୍ଷ ହେବା ପୂର୍ବରୁ ଏୟାର ମାର୍ଶଲ ଏ.ପି. ସିଂ ସେଣ୍ଟ୍ରାଲ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭାବେ କାର୍ଯ୍ୟ କରୁଥିଲେ। ସେ ଏୟାର ମାର୍ଶଲ ସନ୍ଦୀପ ସିଂଙ୍କ ସ୍ଥାନ ନେଇଛନ୍ତି। ଜାନୁୟାରୀ ୩୧ରେ ସନ୍ଦୀପ ଅବସର ନେଇଥିଲେ।
ଏୟାର ମାର୍ଶାଲ ସନ୍ଦୀପ ସିଂହ ପରେ ଏପି ସିଂହ ଏହି ଗୁରୁଦାୟିତ୍ୱ ନେବେ। ନୂଆ ବାୟୁସେନାର ଉପମୁଖ୍ୟ ଏପି ସିଂହ ହେଉଛନ୍ତି ନ୍ୟାସନାଲ ଡିଫେନ୍ସ ଆକାଡେମି( ରାଷ୍ଟ୍ରୀୟ ପ୍ରତିରକ୍ଷା ଆକାଡେମି)ର ପୂର୍ବତନ ଛାତ୍ର ।
ବାୟୁସେନାର ଫାଇଟର୍ ବିଭାଗରେ ସେ ୧୯୮୪, ଡିସେମ୍ବର ୨୧ରେ ସାମିଲ ହୋଇଥିଲେ। ୫୦୦୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ସମୟ ପର୍ଯ୍ୟନ୍ତ ତାଙ୍କର ଉଡ଼ାଣ ଦକ୍ଷତା ରହିଛି। ନିଜ କ୍ୟାରିୟରରେ ଶ୍ରୀ ସିଂହ ଶକ୍ତିଶାଳୀ ଫାଇଟର ଜେଟ୍ ସ୍କ୍ୱାଡ୍ରନ୍ ଏବଂ ଫ୍ରଣ୍ଟଲାଇନ୍ ଏୟାର ବେସକୁ କମାଣ୍ଡି କରିବାରେ ତାଙ୍କର ବେଶ ଅଭିଜ୍ଞତା ରହିଛି। ଜଣେ ଟେଷ୍ଟ ପାଇଲଟ୍ ଭାବେ ମସ୍କୋର ଅତ୍ୟାଧୁନିକ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଟିମ୍ ଦ୍ୱାରା ପ୍ରସ୍ତୁତ ଏମଆଇଜି-୨୯ର ସେ ନେତୃତ୍ୱ ନେଇଥିଲେ।
Powered by Froala Editor