ଯୋଶୀମଠ ଭଳି ଦବିଲାଣି ନୈନିତାଲ : ରାସ୍ତାରେ ଫାଟ, ପଲସ୍ତରା ମାରିବାରେ ବ୍ୟସ୍ତ ପ୍ରଶାସନ
ସାମରିକ ଓ ପ୍ରଶାସନିକ ଦୃଷ୍ଟିରୁ ଜୋଶୀ ମଠର ଗୁରୁତ୍ୱ ବେଶ୍ ଅଧିକ ରହିଛି। ଜୋଶୀ ମଠ ସହର ଦେଇ ପ୍ରତିବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁ ବଦ୍ରିନାଥ ମନ୍ଦିରକୁ ଦର୍ଶନ ପାଇଁ ଯାଇଥାନ୍ତି। ତେବେ ଏହି ସହରରେ ବିଭିନ୍ନ ନଦୀବନ୍ଧ, ରାସ୍ତା, ରେଳପଥ ଆଦି ନିର୍ମାଣ କରାଯିବା ଫଳରେ ଏହାର ମାଟି ଦିନକୁ ଦିନ ଦବୁଥିବା କୁହାଯାଉଛି। କେବଳ ଜୋଶୀ ମଠ ନୁହେଁ ଉତ୍ତରାଖଣ୍ଡର ଅନ୍ୟ ୬ଟି ସହର ମଧ୍ୟ ଦବୁଥିବା ଜଣାପଡ଼ିଛି।
ଜୋଶୀମଠ ଭଳି ନୈନିତାଲର ଅବସ୍ଥା ସାଂଘାତିକ ହେବାରେ ଲାଗିଛି। ନୈନିତାଲ ମଲ ମଲ ରୋଡ଼ର ବିଭିନ୍ନ ସ୍ଥାନରେ ଫାଟ ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ଏହି ସମସ୍ୟାକୁ ଗୁରୁତର ସହ ନିଆଯାଇଛି। ସ୍ଥାନୀୟ ଜିଲ୍ଲା ପ୍ରଶାସନ ପକ୍ଷରୁ ରାସ୍ତା ଉପରେ ସିମେଣ୍ଟ ପଲସ୍ତରା ପକାଇ ଫାଟ ଅଂଶକୁ ପୂରଣ କରାଯାଉଛି।
ତେବେ ମଲ ରୋଡ଼ରେ ଫାଟ ହେବା ଏବେକାର କଥା ନୁହଁ। ୨୦୧୮ ଅଗଷ୍ଟରେ ମଲରୋଡ଼ରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇ ନିକଟରେ ଥିବା ହ୍ରଦକୁ ଭୁଶୁଡ଼ି ପଡ଼ିଥିଲା। ଏବେ ଉକ୍ତ ରାସ୍ତାରେ ସମାନ ଚିତ୍ର ଆସିବାରେ ଲାଗିଲାଣି। ଏବେ ଉକ୍ତ ରାସ୍ତାରେ ୧୦ ଫୁଟ ଲମ୍ବ ଫୁଟ ଓସାରର ଫାଟ ହୋଇଥିବା ଜଣାପଡ଼ିଛି।
Powered by Froala Editor