ପଲ୍ୟୁଟେଡ୍ କୁ ପଲିଟିକାଲ୍ କହିଦେଲେ ଅର୍ଥମନ୍ତ୍ରୀ, ହସିଲେ ସମସ୍ତେ
ଲୋକସଭାରେ ବଜେଟ୍ ୨୦୨୩-୨୪ ଅଭିଭାଷଣ ପ୍ରଦାନ କରୁଥିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଟିରୁ ଗୋଟିଏ ଶବ୍ଦ ଖସିଯିବାରୁ ତାକୁ ନେଇ ସଂସଦରେ ପ୍ରବଳ ହାସ୍ୟରୋଳ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅନ୍ୟ ବିରୋଧୀଦଳ ନେତାମାନେ ହସ ବନ୍ଦ କରି ପାରି ନ ଥିଲେ।
ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଭାଷଣ ସମୟରେ ପୁରୁଣା ଗାଡି ବଦଳାଇବା କଥା କହୁଥିଲେ, ସେତେବେଳେ ଭୁଲରେ ପୁରୁଣା ରାଜନୈତିକ ବ୍ୟବସ୍ଥାକୁ ବଦଳାଇବା କଥା ତାଙ୍କ ପାଟିରୁ ବାହାରି ଆସିଲା । ଅବଶ୍ୟ ପରେପରେ ଅର୍ଥମନ୍ତ୍ରୀ ସୀତାରମଣ ଅବିଳମ୍ବେ ତାଙ୍କ ତ୍ରୁଟିକୁ ସୁଧାରି ନେଇଥିଲେ। ବଜେଟ ଅଭିଭାଷଣ ପଢ଼ୁଥିବା କାଳରେ ‘ପ୍ରଦୂଷିତ’(ପଲ୍ୟୁଟେଡ୍) ଜାଗାରେ ‘ରାଜନୈତିକ’ (ପଲିଟିକାଲ୍) ବୋଲି ପାଟିରୁ ଖସି ଯାଇଥିଲା। ଯାହାକୁ ନେଇ ଶାସକ ବିଜେପି ନେତୃତ୍ୱାଧୀନ ଏନଡିଏର ସଦସ୍ୟମାନଙ୍କ ମଧ୍ୟରେ ହସ୍ୟରୋଳ ସୃଷ୍ଟି ହୋଇଥିଲା।
ବର୍ତ୍ତମାନର କେନ୍ଦ୍ର ସରକାରଙ୍କ ଶେଷ ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି, ପୁରୁଣା ସରକାରୀ ଯାନ ବଦଳାଇବା ନିଷ୍ପତ୍ତି ଭାରତୀୟ ଅର୍ଥନୀତିକୁ ଏକ ଉତ୍ସାହ ପ୍ରଦାନ କରିବ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି କହିଥିଲେ।
Powered by Froala Editor