୧୦ ଧନୀ ତାଲିକାରେ ଆଉ ନାହିଁ ଆଦାନୀଙ୍କ ନାଁ
ହିଣ୍ଡେନବର୍ଗର ଖୁଲାସା ପରେ ଭାରତର ୧ନଂ ଧନୀ ଗୌତମ ଆଦାନୀଙ୍କ ସମ୍ପତ୍ତି ହ୍ରାସ ପାଇବାରେ ଲାଗିଛି। ଆଦାନୀ ଗ୍ରୁପ୍ ଲୋକଙ୍କୁ ମିଛ କହି ନିଜ ଶେୟାର ମୂଲ୍ୟ ବୃଦ୍ଧି କରି ଠକେଇ କରୁଥିବା କଥା ହିଣ୍ଡେନବର୍ଗ କହିବା ପରେ ହଇଚଇ ସୃଷ୍ଟି ହୋଇଛି। ରିପୋର୍ଟକୁ ଆଦାନୀ ଗ୍ରୁପ୍ ବିଭ୍ରାନ୍ତୀକର କହିଥିଲେ ମଧ୍ୟ ଏହାର ଶେୟାର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି।
ହିଣ୍ଡେନବର୍ଗ ରିପୋର୍ଟରେ ଅନୁଯାୟୀ, ତିନି ଦିନରେ ତାଙ୍କ ଗ୍ରୁପ୍ କମ୍ପାନୀଗୁଡ଼ିକୁ ୩୪ ବିଲିୟନ ଡଲାରର କ୍ଷତି ହୋଇଛି। କେବଳ ଏତିକି ନୁହେଁ, ବ୍ଲୁମବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସରେ ଗୌତମ ଆଦାନୀ ଶ୍ରେଷ୍ଠ ୧୦ ଧନୀ ତାଲିକାରୁ ମଧ୍ୟ ବାହାରି ଯାଇଛନ୍ତି। ବିଲିୟନେୟାର୍ସ ଇଣ୍ଡେକ୍ସରେ ଆଦାନୀ ଚତୁର୍ଥ ସ୍ଥାନରୁ ୧୧ତମ ସ୍ଥାନକୁ ଖସି ଆସିଛନ୍ତି ଏବଂ ତାଙ୍କ ଗ୍ରୁପ୍ କମ୍ପାନୀଗୁଡ଼ିକର ଶେୟାର ହ୍ରାସ ପାଇବାରେ ଲାଗିଛି। ତେବେ ଖୁବଶୀଘ୍ର ଗୌତମ ଆଦାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଆଖ୍ୟା ମଧ୍ୟ ହରାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।
ଏକଦା ବିଶ୍ୱ ଧନୀ ତାଲିକାର ୩ନଂ ସ୍ଥାନରେ ଥିବା ଗୌତମ ଆଦାନୀ ରିପୋର୍ଟ ପ୍ରକାଶ ପାଇବା ପରେ ୭ନଂକୁ ଖସିଥିଲେ। ଆଜି ସ୍ଥିତି ଆହୁରି ଖରାପ ହେବାରୁ ସେ ବିଶ୍ୱ ଧନୀ ତାଲିକାର ଟପ୍ ୧୦ରୁ ବିଦା ହୋଇଛନ୍ତି।
Powered by Froala Editor